ମମିତା ମେହେରଙ୍କ ନ୍ୟାୟ ପାଇଁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ସର୍ଵଧର୍ମ ପ୍ରାର୍ଥନା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମମିତା ମେହେରଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଗୃହକୁ ପୂଜକ ବେଶରେ ଆସି ପୂଜାର୍ଚ୍ଚନା କରିବା ସହ ତୁଳସୀ,ଗୋମୂତ୍ର,ଗଙ୍ଗାଜଳ ଛିଞ୍ଚିଥିଲେ । ବିଧାୟକ ମହମ୍ମଦ ମୋକ୍କିମ ନମାଜ ପଢିଥିବା ବେଳେ ବିଧାୟକ ଏସ ରାଜନ ଏକ୍କା ବାଇବେଲ ଗ୍ରନ୍ଥ ପାଠ କରିଥିଲେ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶିଖ ଧର୍ମ ଗ୍ରନ୍ଥ ପାଠ କରିଥିଲେ।

ଅନ୍ୟ ବିଧାୟକ ମାନେ ଘଣ୍ଟ ବଜେଇ ଓ ପ୍ଲା କାର୍ଡ ପଦର୍ଶନ କରି ଅଭିନବ ଉପାୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହରେ ପ୍ରତିବାଦ କରିଛନ୍ତି ।