କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପିର ପ୍ରଭାରୀ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଭାବେ ଦାୟିତ୍ୱ ଦେଇଛନ୍ତି ।
ଉତ୍ତରପ୍ରଦେଶର ଗତ 2014 ଲୋକସଭା ନିର୍ବାଚନ ଏବଂ ପରବର୍ତ୍ତୀ ବିଧାନସଭା ନିର୍ବାଚନ ସମୟରେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ଦାୟିତ୍ୱ ସମ୍ଭାଳିଥିଲେ ।
ଉତ୍ତରପ୍ରଦେଶ ନିର୍ବାଚନ ଦେଶରେ ଗୁରୁତ୍ୱ ବହନ କରିଥାଏ । ସେ ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଅନୁଭବ ଏବଂ ଅଭିଜ୍ଞତା ଥିବା ଭାବି ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ଦକ୍ଷତା, ରଣକୌଶଳ କାରଣରୁ ଦେଶରେ ଅଧିକାଂଶ ରାଜ୍ୟରେ ପ୍ରଭାରୀ, କିଛି ରାଜ୍ୟରେ ନିର୍ବାଚନ ପ୍ରଭାରୀ ସହିତ ବିଜେପି ଶାସିତ ସରକାରର ସଂକଟ ସମୟରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି ।
ଦେଶରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ସଭାପତି ସମୟରେ ଦେଶର ଯୁବକ ମାନଙ୍କ ସଂଗଠନ କରିବା କିମ୍ବା ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦୁଇ ଦୁଇ ଥର ସାଧାରଣ ସମ୍ପାଦକ ଭାବେ ପାର୍ଟିର କାର୍ଯ୍ୟକୁ ସମ୍ପ୍ରସାରଣ ସହିତ ସଂଗଠନକୁ ମଜବୁତ୍ କରିବା ସଙ୍ଗେସଙ୍ଗେ କେନ୍ଦ୍ରମନ୍ତ୍ରୀ ତାଙ୍କର ଦାୟିତ୍ୱକୁ ସୁଚାରୁରୂପେ ପାଳନ କରି ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଥିବା ପ୍ରଭାରୀ ତାଲିକା –

• ତ୍ରିପୁରା ପ୍ରଭାରୀ
• ଛତିଶଗଡ଼ ପ୍ରଭାରୀ, ନିର୍ବାଚନ ପ୍ରଭାରୀ
• ଝାଡ଼ଖଣ୍ଡର ପ୍ରଭାରୀ, ଝାଡ଼ଖଣ୍ଡ ନିର୍ବାଚନ ପ୍ରଭାରୀ
• କର୍ଣ୍ଣାଟକର ପ୍ରଭାରୀ
• ବିହାର ପ୍ରଭାରୀ
• ଉତ୍ତରାଖଣ୍ଡ ନିର୍ବାଚନ ପ୍ରଭାରୀ
• 2021ରେ ପଶ୍ଚିମବଙ୍ଗର ନିର୍ବାଚନ କାର୍ଯ୍ୟ ସମ୍ଭାଳିବା ସହ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିର ବିଶେଷ ଦାୟିତ୍ୱ ମିଳିଥିଲା ।