ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍ ଘଟଣା: ଏଯାଏଁ ଲୁଟେରାଙ୍କ ଟେର୍ ପାଇନି ପୋଲିସ

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଚାହାପଡାରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାକୁ ୨୪ ଘଣ୍ଟା ବିତିଲାଣି । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଥିବା ବେଳେ ପୋଲିସର ହାତ ଖାଲି । ସଚନାଯୋଗ୍ୟ ଯେ, ଟାଙ୍ଗି ଅଞ୍ଚଳରୁ ସ୍ପଦନ ଫାଇନାନ୍ସର ଜଣେ କର୍ମଚାରୀ ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାସିକ କିସ୍ତି ଟଙ୍କା ଆଦାୟ କରି ଚାହାପଡା କେନାଲ ବନ୍ଧରେ ଫେରୁଥିଲେ । ସେହି ସମୟରେ ଫାଇନାନ୍ସ କର୍ମଚାରୀ ଜଣଙ୍କ ଲୁଟର ଶିକାର ହୋଇଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ତାଙ୍କ ପାଖରେ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ଲୁଟର ଶିକାର ହୋଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀ ଗୋପୀନାଥ ନାୟକ ଜପକୂଦ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।