୪ରେ ଗୀତା ଜୟନ୍ତୀ, ସର୍ବାର୍ଥସିଦ୍ଧି ଯୋଗ

ଖଟୁଲି ଉପରେ ଶ୍ରୀକୃଷ୍ଣଙ୍କ ଫଟୋ ଓ ଶ୍ରୀମଦ୍‌ ଭଗବତ୍‌ ଗୀତା ସ୍ଥାପନ କରିବେ…..

ରବିବାର (ଡିସେମ୍ବର ୪) ପଡୁଛି ମୋକ୍ଷଦା ଏକାଦଶୀ ଓ ଗୀତା ଜୟନ୍ତୀ । ସେଦିନ ସର୍ବାର୍ଥ ସିଦ୍ଧି ଯୋଗ ପଡୁଥିବାରୁ ବ୍ରତ ଓ ପୂଜା କଲେ, ଅପାର ପୂଣ୍ୟ ମିଳେ । ପୁରାଣ ମତରେ ମାର୍ଗଶୀର ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଦିନ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରିଥିଲେ । ପବିତ୍ର ଏକାଦଶୀ ଦିନ ବ୍ରତଧାରୀ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ପରେ ଭାଗବତ ଗୀତାର ଏକାଦଶ ଅଧ୍ୟାୟ ପଠନ କରିବା ଉଚିତ ।

ଗୀତା ଜୟନ୍ତୀ ଦିନ ବ୍ରାହ୍ମ ମୁହୂର୍ତରୁ ଶଯ୍ୟା ତ୍ୟାଗ କରି ସ୍ନାନାଦି ନିତ୍ୟକର୍ମ ସାରିବ । ଭଗବାନ ବିଷ୍ଣୁଙ୍କର ଶ୍ରୀକୃଷ୍ଣ ସ୍ୱରୂପକୁ ସ୍ମରଣ କରି ପ୍ରଣାମ କରିବ । ତତ୍ପରେ ଗଙ୍ଗାଜଳ ପକାଇ ପୂଜା ସ୍ଥାନ ସଫା କରିବେ । ଖଟୁଲିଟିଏ ସ୍ଥାପନ କରି ତା’ ଉପରେ ସଫା କପଡ଼ାଟିଏ ବିଛାଇବେ । ଖଟୁଲି ଉପରେ ଶ୍ରୀକୃଷ୍ଣଙ୍କ ଫଟୋ ଓ ଶ୍ରୀମଦ୍‌ ଭଗବତ୍‌ ଗୀତା ସ୍ଥାପନ କରିବେ । ପ୍ରଭୁଙ୍କୁ ଜଳ, ଅକ୍ଷତ, ହଳଦିଆ ପୁଷ୍ପ, ଧୂପ-ଦୀପ, ନୈବେଦ୍ୟ ଅର୍ପଣ କରିବେ । ପୂଜା ସାରିବା ପରେ ଗୀତା ପାଠ କରିବେ ।