ନବରାତ୍ରି: ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ଆରାଧନା

‘ବନ୍ଦେ ବାଂଛିତ ଲାଭାୟ ଚନ୍ଦ୍ର ଅର୍ଦ୍ଧକୃତ ଶିଖରାମ୍‌ ।
ବୃଷାରୂଢ଼ାମ୍‌ ଶୂଳଧରାମ୍‌ ଶୈଳପୁତ୍ରୀ ଯଶସ୍ୱୀନିମ୍‌ ।’

‘ବନ୍ଦେ ବାଂଛିତ ଲାଭାୟ ଚନ୍ଦ୍ର ଅର୍ଦ୍ଧକୃତ ଶିଖରାମ୍‌ ।
ବୃଷାରୂଢ଼ାମ୍‌ ଶୂଳଧରାମ୍‌ ଶୈଳପୁତ୍ରୀ ଯଶସ୍ୱୀନିମ୍‌ ।’

୨୬ ସେପ୍ଟେମ୍ବର ସୋମବାରଠାରୁ ଶକ୍ତି ପ୍ରତି ଭକ୍ତିର ମହାପର୍ବ ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଚଳିତ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଛି ମା’ ଆଦିଶକ୍ତିଙ୍କ ଆରାଧନା । ବିଧିବିଧାନ ଅନୁଯାୟୀ ପୂଜା କଲେ, ମା’ଙ୍କ ଆଶୀର୍ବାଦ ନିଶ୍ଚିତ ପ୍ରାପ୍ତି ହୋଇଥାଏ । ନବରାତ୍ରିରେ ମା’ ଦୁର୍ଗାଙ୍କର ନଅଟି ଭିନ୍ନ ସ୍ୱରୂପକୁ ପୂଜା କରାଯାଏ । ପରିବାରର ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ । ନବଦିନ ବ୍ୟାପୀ ପୂଜାର୍ଚ୍ଚନାର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ଆବାହନ କରାଯାଇ ବିଧି ମୁତାବକ ଉପାସନା କରାଯାଇଛି । ସକାଳ ୬ଟା ୧୧ ମିନିଟ୍‌ରୁ ୭ଟା ୫୧ ମିନିଟ୍‌ ଭିତରେ ଘଟସ୍ଥାପନ କରାଯାଇ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଦିନ ସାଢେ଼ ୧୧ଟାରୁ ୧୨ଟା ୪୮ ମିନିଟ୍‌ ପର୍ଯ୍ୟନ୍ତ ଅଭିଜିତ କାଳ ପଡୁଥିବାରୁ ସେ ସମୟରେ ମଧ୍ୟ ଘଟ ସ୍ଥାପନ କରିବା ଶୁଭଦାୟକ ଅଟେ ।
ମା’ ଶୈଳପୁତ୍ରୀଙ୍କ ପୂଜା ପାଇଁ ବ୍ରାହ୍ମମୁହୂର୍ତରୁ ଉଠି ସ୍ନାନ-ଧ୍ୟାନ କରାଯାଏ । ପୂଜାଘର ସଫାସୁତୁରା କରିବା ପରେ ବୈଠକୀ ସ୍ଥାପନ କରାଯାଏ । ବୈଠକୀ ଉପରେ ଗଙ୍ଗାଜଳ ସିଂଚନ କରିବା ପରେ ଲାଲରଙ୍ଗର ବସ୍ତ୍ର ବିଛାଇ ଦିଆଯାଏ । ବସ୍ତ୍ର ଉପରେ ମା’ଙ୍କର ସବୁ ସ୍ୱରୂପକୁ ଆବାହନ କରାଯାଏ । ମା’ ଶୈଳପୁତ୍ରୀଙ୍କ ବନ୍ଦନା କରିବା ପରେ ବ୍ରତ ପାଇଁ ସଂକଳ୍ପବଦ୍ଧ ହୋଇ ଧଳାପୁଷ୍ପ ଅର୍ପଣ କରନ୍ତୁ । ତା’ ପରେ ଅରୁଆ ଚାଉଳ ଓ ସିନ୍ଦୁର ଅର୍ପଣ କରନ୍ତୁ । ମନେରଖିବେ, ମା’ ଶୈଳପୁତ୍ରୀଙ୍କୁ ଶୁଭ୍ର ବସ୍ତ୍ର ପ୍ରଦାନ କରାଯାଏ । ଗାଈ ଘିଅରେ ପ୍ରସ୍ତୁତ ମିଷ୍ଠାନ ଭୋଗ କରନ୍ତୁ । ପରିଶେଷରେ ଘିଅର ଦୀପ ଲଗାଇ ଆରତୀ କରନ୍ତୁ ।
ଏହି ମନ୍ତ୍ରକୁ ୧୦୮ ଥର ଜପନ୍ତୁ:
ଓଁ ଏଂ ହ୍ରୀଂ କ୍ଲୀଂ ଶୈଳପୁତ୍ରେ ନମଃ