ଗୁରୁ ହିଁ ସାକ୍ଷାତ ଈଶ୍ୱର

ଗୁରୁଙ୍କ ଶିକ୍ଷାର ଆଲୋକରେ ଆଲୋକିତ ବିଶ୍ୱ

ॐ ବ୍ରହ୍ମବିତ୍ ଆପ୍ନୋତି ପରମ୍ , ତତ୍ ଏ ଷା ଅଭ୍ୟୁକ୍ତା । ସତ୍ୟମ୍ ଜ୍ଞାନମ୍ ଅନନ୍ତମ୍ ବ୍ରହ୍ମ । ୟଃ ବେଦ ନିହିତମ୍ ଗୁହାୟମ୍ ପରମେ ବ୍ୟୋମନ୍ । ସଃ ଅଶ୍ନୁତେ ସର୍ବାନ୍ କାମାନ୍ ସହ ବ୍ରହ୍ମଣା ବିପଶ୍ଚିତା ଇତି । ତୈତରୀୟ ବ୍ରହ୍ମଜ୍ଞାନୀ ପରଂବ୍ରହ୍ମ ଙ୍କୁ ପ୍ରାପ୍ତ କରେ , ଅର୍ଥାତ ସ୍ୱ ସ୍ୱରୂପ ରେ ସ୍ଥିତ ହୋଇଥାଏ । ଏହି ଭାବକୁ ବ୍ୟକ୍ତ କରୁଥିବା କୁ ବେଦ କୁହାଯାଏ । ବ୍ରହ୍ମ ହେଉଛି ସତ୍ୟ ଜ୍ଞାନ ସ୍ୱରୂପ ଏବଂ ଅନନ୍ତ ରୂପ । ଯେଉଁ ପୁରୁଷ ପରମ ବିଶୁଦ୍ଧ ଆକାଶରେ ଅବସ୍ଥାନ କରି ପ୍ରାଣୀ ର ହୄଦୟ ରୂପକ ଗୁହାରେ ଲୁକ୍କାୟିତ ବ୍ରହ୍ମ କୁ ଜାଣିପାରେ , ସେହି ପୁରୁଷ ବିଜ୍ଞାନ ସ୍ୱରୂପ ବ୍ରହ୍ମ ସହିତ ସମସ୍ତ ଅନୁଭବ କରେ । ବ୍ରହ୍ମବିତ୍ ବ୍ରହ୍ମୈବ ଭବତି।

ଶିଷ୍ୟ ପଚାରିଲେ , ଗୁରୁଦେବ ଯଦି କେବଳ ବ୍ରହ୍ମ ହିଁ ଅଛି , ତାହାହେଲେ ଶରୀରର ଆବଶ୍ୟକତା କ’ଣ ? ଗୁରୁଦେବ କହିଲେ , ମୋତେ ଭାରି ଶୋଷ ଲାଗୁଛି , ମୋ ପାଇଁ ଜଳ ନେଇକି ଆସ । ଶିଷ୍ୟ ସଫା ହୋଇଥିବା ମାଟି ପାତ୍ରରେ ଗୁରୁଙ୍କ ପାଇଁ ଶୁଦ୍ଧ ଜଳ ନେଇ ଆସିଲା । ଗୁରୁଜୀ କହିଲେ ମୁଁ ତୁମକୁ ଜଳ ନେଇକି ଆସିବା ପାଇଁ କହିଥିଲି , ପାତ୍ର ଆଣିବା ପାଇଁ କହିନଥିଲି । ଶିଷ୍ୟ କହିଲେ ଜଳ , ବିନା ପାତ୍ରରେ କିମିତି ରହିବ ? ଗୁରୁ କହିଲେ ସେମିତି ଶରୀର ବିନା ତୁମେ ଆତ୍ମା ବା ବ୍ରହ୍ମ କୁ ଜାଣିବ କିମିତି । ଶିଷ୍ୟ କହିଲେ ବ୍ରହ୍ମ ଭଳି ମହତ କୁ ଜାଣିବା ପାଇଁ ଶରୀର ଭଳି ଗୌଣ ର ଆବଶ୍ୟକତା କାହିଁକି ? ଗୁରୁ କହୁଛନ୍ତି , ଜଳ ଯଦି ଆତ୍ମା ଅଧିଷ୍ଠାନ , ମାଟି ପାତ୍ର ଅଧ୍ୟସ୍ଥ । ପୁଣି ଜଳର ଅଧିଷ୍ଠାନ ଅଗ୍ନି , ଅଗ୍ନି ର ଅଧିଷ୍ଠାନ ବାୟୁ , ବାୟୁର ଅଧିଷ୍ଠାନ ଆକାଶ , ଆକାଶର ଅଧିଷ୍ଠାନ ପ୍ରକୄତି ଏବଂ ପ୍ରକୄତି ର ଅଧିଷ୍ଠାନ ପୁରୁଷ ବା ବ୍ରହ୍ମ । ତାହାହେଲେ ଯଦି ମାଟି ଜଳ ସବୁକିଛି ବ୍ରହ୍ମ ମୂଖ୍ୟ ଓ ଗୌଣ ଆସିଲା କୋଉଠୁ ? ଜୀବ ବ୍ରହ୍ମୈବ ନା ପରଃ । ବ୍ରହ୍ମୈ ବେଦମ୍ ସର୍ବମ୍ । ଜୟ ଗୁରୁଦେବ..