ତ୍ରିପୁରାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ନେଲା ୭ ମୁଣ୍ଡ

ତ୍ରିପୁରାର କୁମାରଘାଟ ଅଂଚଳରେ ଅନୁଷ୍ଠିତ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତରେ ଅଘଟଣ ଘଟିଛି । ଲୁହାରେ ତିଆରି ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଣି ନେଉଥିବା ବେଳେ ମୁଣ୍ଡ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା । ଦିନ ପ୍ରାୟ ସାଢେ଼ ଚାରିଟାରେ ରଥରେ ନିଆଁ ଲାଗି ଯାଇଥିଲା ।

ଫଳରେ ଘଟଣା ସ୍ଥଳରେ ୫ ଜଣ ପ୍ରାଣ ହରାଇ ଥିଲାବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ମରିଛନ୍ତି । ୧୮ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି ବୋଲି ଉନାକୋଟି ଜିଲ୍ଲା ପୁଲିସ ସୂତ୍ରରୁ ପ୍ରକାଶ । ଆହତମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।