ଶବଦାହ କରିବା ବେଳେ କେଉଁ କାଠ ଲାଗେ?

ପକ୍ଷୀରାଜ ଗରୁଡ଼ ବୈକୁଣ୍ଠ ପୁରକୁ ଆସି ଅପେକ୍ଷା କରିଥାଏ।ଭଗବାନ ବିଷ୍ଣୁ ଦେବର୍ଷି ନାରଦଙ୍କ ଠାରୁ କଥୋପକଥନ ସାରି ସିଂହସନ କୁ ବିଜେ କରୁଥାନ୍ତି । ଗରୁଡ଼ ଏହି ସମୟରେ ନାରାୟଣ ଦେବଙ୍କୁ ପ୍ରାଣାମ ଜାଣାଇଲା ଓ କହିଲା ହେ ଜଗତର ନାଥ ଆପଣ ଶବଦାହ କରିବା ବେଳେ କେଉଁ କାଠ ଲାଗେ ସେ ବିଷୟରେ କୁହନ୍ତୁ ?।

ନାରାୟଣ ଦେବ ଭକ୍ତର ଆଗ୍ରହ ଦେଖି ଧୀର ବଚନରେ କହିଲେ..। ହେ ଗରୁଡ଼ ! ଶବଦାହ ପାଇଁ ଶ୍ରୀଖଣ୍ଡି ,ଅଶ୍ୱତ୍ଥ ପଳାଶ କାଠ ହିଁ ଦରକାର ହୁଏ । ଘିଅରେ ଏହି କାଠ ମାନଙ୍କୁ ବୁଡାଇ ଚିତା ଉପରେ ଦେବା ନିହାତି ଦରକାର । ତାପରେ ଚନ୍ଦନ ,କର୍ପୂର ,ଧୂପ ,ଝୁଣା ଏସବୁ ଚିତା ଉପରକୁ ନିକ୍ଷେପ କରିବ ।

ଶବକୁ ତିନିଥର ପ୍ରଦକ୍ଷିଣ କରି ଶେଷ ଚିତା ଶଯ୍ୟା ଉପରେ ଶୁଆଇ ଦେବ । ପୁଣି ପୁତ୍ର ଚିତାର ଆରମ୍ଭ ଠାରି ଶେଷ ପର୍ଯ୍ୟନ୍ତ ସପିଣ୍ଡ କରଣ କରିବ ।ଏହି ସପିଣ୍ଡ କରଣ ପ୍ରେତ ଉଦ୍ଦେଶ୍ୟ କରିବା ଉଚିତ କାରଣ ସେ ପର୍ଯ୍ୟନ୍ତ ପ୍ରେତ ରୂପ ଧରି ଜୀଵ ଥାଏ ଓ ମର୍ତ୍ତ୍ୟ ରେ ଭ୍ରମଣ କରୁଥାଏ ।ପାଞ୍ଚଗୋଟି ପିଣ୍ଡ ଦେଲେ ପ୍ରେତ ସନ୍ତୋଷ ହୁଏ ।ପାଞ୍ଚ ପିଣ୍ଡ ନଦେଲେ ପ୍ରେତ ମୁକ୍ତି ପାଇନାହିଁ ?।ଏହି ପାଞ୍ଚ ପିଣ୍ଡ ଯଦି କୌଣସି ପୁତ୍ର ନଦିଏ ତେବେ ପୁତ୍ର ଜନ୍ମ କରିବା ଜୀବର ବ୍ୟର୍ଥ ହୁଏ ।

ଏହାପରେ ଜନ୍ମିତ ପୁତ୍ର ମନ୍ତ୍ର ଉଚ୍ଚାରଣ କରି ପିଣ୍ଡରେ ଅଗ୍ନି ସଂଯୋଗ କରିବ ।ସେହି ଅଗ୍ନିରୁ ପୁତ୍ର ତୃଣେକ ଆଣି ନିରଗ୍ନିକ ସାଗ୍ନିକ ଙ୍କୁ ବିଚାର କରି ଦେବ ।ଶରଣ ପଞ୍ଚକ ଅଗ୍ନି କାହାକୁ ନଦେଇ ତାପରେ ବିଧି ବିଧାନ ଅନୁସାରେ ଅଗ୍ନି କୁ ସମର୍ପଣ କରିବ ।ଶରଣ ଠାରୁ ପଞ୍ଚକ ପର୍ଯ୍ୟନ୍ତ ଯେଉଁମାନେ ମୃତ୍ୟୁ ହୁଅନ୍ତି ସେମାନଙ୍କୁ ନିଆଁ ରେ ପୋଡ଼ାଯିବା ଅନୁଚିତ ।ଯେଉଁ ଜନ ନମାନି ଏହି ଦିନ ଶବକୁ ଅଗ୍ନି ଦେବ ତେବେ ତାହାର ମୃତ୍ୟୁ ସୁନିଶ୍ଚିତ ହେବ ।

‘ସେପରି ଲୋକଙ୍କୁ ଦାହ ନକରିବ କବେ । ନିଜର ମୃତ୍ୟୁ ହେବ ଯେ ଜନ କରିବେ ।।’

ଧନିଷ୍ଠା ନକ୍ଷତ୍ର ର ଅର୍ଦ୍ଧ ଠାରୁ ଯିଏ ମରଣ ହୋଇବ ତାହାକୁ ପଞ୍ଚ ନକ୍ଷତ୍ର ବୋଲି ପଞ୍ଚକ କୁହାଯାଏ ।ଏହି ପାଞ୍ଚ ନକ୍ଷେତ୍ର ଶୁଭ ନୁହେଁ ?ଏଣୁ ଏହି ପାଞ୍ଚ ଦିନରେ ଯେଉଁମାନେ ମରିବେ ସେମାନଙ୍କ ଶବ ରେ ହାତ ଦେବ ନାହିଁ ?।ଶରଣ ପଞ୍ଚକେ ଯିଏ ମରେ ତାହାର ପୁତ୍ର ,ପୌତ୍ର ବିନାଶ ହୁଏ ଏହା ସତ୍ୟ ।ପଞ୍ଚକ ପାଇଁ ସ୍ୱତନ୍ତ୍ର ବିଧାନ ଅଛି ? ହେ ଗରୁଡ଼ ସେ ବିଷୟରେ ମୁଁ ତୁମକୁ କହୁଛି ଶୁଣ ,,,,

ଯେଉଁମାନେ ପଞ୍ଚକ ବିଧାନ କରି ଶବଦାହ କରିବେ ସେମାନଙ୍କ ର ଦୋଷ ରହିବ ନାହିଁ ? ଶବ ନିକଟରେ ଗୋଟିଏ ମାଟିର ପ୍ରତିମା ନିର୍ମାଣ କରିବ ଓ ଏହାକୁ ଶବ ଆଗରେ ରଖିବ ।ସୁନାକୁ ନିଆଁ ରେ ତତାଇ ସେହି ମାଟି ପ୍ରତିମାରେ ଶବର ନାମ କୁ ଲେଖି ପ୍ରେତ ଜୟନ୍ତୀ ମନ୍ତ୍ର ରେ ହୋମ କରିବାକୁ ହେବ ।ତାପରେ ପ୍ରଥମେ ପ୍ରତିମା କୁ ଦହନ କରିବ ।ଏହାପରେ ଶବ କୁ ଦହନ କଲେ କିଛି ଦୋଷ ଲାଗେ ନାହିଁ ।ସପିଣ୍ଡକରଣ ଯେଉଁ ଦିନ ହେବ ନକ୍ଷେତ୍ର କୁ ବେଦ ବିଧାନ ଅନୁସାରେ ଶାନ୍ତି କରିବ ।
ପ୍ରଥମ ଦିବସରେ ପାଞ୍ଚଗୋଟି ତିଳପାତ୍ର ,ଦ୍ଵିତୀୟ ଦିନରେ ସୁବର୍ଣ୍ଣ ଦାନ ,ତୃତୀୟ ଦିବସରେ ଲୌହ ,ଚତୁର୍ଥ ଦିବସରେ କାଂସ୍ୟ ଓ ପଞ୍ଚମ ଦିବସରେ ଘୃତ ଦାନ ଦେଇ ସମାପନ କରିବ ।
ଶରଣ ପଞ୍ଚକ ଦାନ ଦେଲେ ପୁତ୍ର ଆଉ ମୃତ୍ୟୁ ମୁଖରେ ପଡେ ନାହିଁ ?ପୁତ୍ରର ସକଳ ବିଘ୍ନ ଦୁରିତ ହୁଏ ।ପ୍ରେତ ମୋକ୍ଷ ପ୍ରାପ୍ତି ହୁଏ ।

ହେ ଗରୁଡ଼ ଏବେ ଜୀଵ ମରଣ କାହିଁକି ହୁଏ ?ତାହାର କାରଣ କଅଣ ?ଏସବୁ ତୁମକୁ କହୁଛି ଶୁଣ ?
ସ୍ୱାମୀ ମୃତ୍ୟୁ ପରେ ନାରୀ ବିଧବା ହୁଏ ।ବିଧବା ନାରୀ ର କଷ୍ଟ ଏତେ ଯେ ତାହା ବର୍ଣ୍ଣନା କରିବା ସହଜ ନୁହେଁ ?।ଯେଉଁ ନାରୀର ସ୍ୱାମୀପ୍ରତି ଅନୁରକ୍ତ ଥାଏ ,ସ୍ୱାମୀ ମଲାପରେ ମନରେ ଦୁଃଖ କରେ ନାହିଁ ,ଆନନ୍ଦ ଚିତ୍ତରେ ସ୍ନାନ କରେ ,କେଶ କୁ ଯତ୍ନ ସହକାରେ କୁଣ୍ଡାଇ ଥାଏ ,ଲଲାଟରେ ସିନ୍ଦୁର ବିନ୍ଦୁ ଲଗାଇ ଆଖିରେ ଅଞ୍ଜନ ଲଗାଇ ,ନାନା ଭୂଷଣ ରେ ନିଜ ଅଙ୍ଗକୁ ସଜାଇ ,ନୂତନ ବସ୍ତ୍ର ପିନ୍ଧି ବ୍ରାହ୍ମଣ ଙ୍କୁ ଡାକି ଶକ୍ତି ଅନୁସାରେ ଦାନ ଦେବ ,ମଧୁର ବଚନ କହି ଜ୍ଞାତି କୁଟୁମ୍ବ ଙ୍କୁ ସନ୍ତୋଷ କରେ ଗୁରୁ ,ବିପ୍ର ଙ୍କୁ ନମସ୍କାର କରେ ,ମନ୍ଦିର କୁ ଯାଇ ହରି ଙ୍କୁ ଦର୍ଶନ କରେ ଓ ସ୍ୱାମୀଙ୍କ ମଙ୍ଗଳ କାମନା କରି ପୁନର୍ମିଳନ ହେବାକୁ ପ୍ରାର୍ଥନା କରି ଠାକୁରଙ୍କୁ ଡାକେ ।ତାପରେ ଗୋଟିଏ ନାରୀକେଳ ହାତରେ ଧରି ଶ୍ମଶାନ ଭୂମିକୁ ଯାଇ ପତି ଦେବତାଙ୍କୁ ଧ୍ୟାନ କରେ ଓ ଏହାପରେ ସ୍ୱାମୀ ଚିତା କୁ ସାତବାର ପ୍ରଦକ୍ଷିଣ କରି ନମସ୍କାର କରେ ,ସୂର୍ଯ୍ୟ ଙ୍କୁ ଅର୍ଘ୍ୟଦେଇ ନମସ୍କାର କରେ ,ସ୍ୱାମୀ ଶବ କୁ କୋଳରେ ଧରି ଚିତାନଳେ ସଂଗେ ସଂଗେ ପଶିଯାଏ ସେହି ନାରୀର ର ଦେହକୁ ଚିତା ଲାଗିଲେ ଯଦି ତାକୁ ଚନ୍ଦନ ଲାଗିଲା ପରି ମନେ ହୁଏ ତେବେ ପରଜନ୍ମ ରେ ସେହି ନାରୀ ନିଜ ସ୍ୱାମୀ ସହିତ ମିଳନ ହୁଏ ।ଏହି ନାରୀକୁ ପତିବ୍ରତା ନାରୀ ବୋଲି ଶାସ୍ତ୍ର କୁହେ ।

ହେ ଗରୁଡ଼ ଯଦି ନାରୀ ଗର୍ଭବତୀ ହୋଇଥାଏ ସ୍ୱାମୀ ମରିଗଲା ପରେ ତାହାର ଅନୁଗାମିନୀ କଦାପି ହେବ ନାହିଁ ? ଗର୍ଭସ୍ଥ ସନ୍ତାନ ନାଶ ହେଲେ ମହାଦୋଷ ଲାଗିଥାଏ ।ଶିଶୁହତ୍ୟା ମହାପାପ ବୋଲି ଶାସ୍ତ୍ର କହେ ।ସ୍ୱାମୀ ଯଦି ପାପୀ ହୋଇଥାଏ ତାହାଲେ ସ୍ତ୍ରୀ ତାହାର ମୋକ୍ଷ କରିପାରେ ।ଯେତେ ଜନ୍ମଯାଏ ନାରୀ ଏହିପରି ଅନୁଗମନ କରିଥାଏ ସେତେଜନ୍ମ ଯାଏ ପତି ପତ୍ନୀ ଏକାଠି ମିଳନ ହୁଅନ୍ତି ।

ଏଣୁକରି ନାରୀମାନେ ପତିସେବା କରି କାୟ ମନୋବାକ୍ୟରେ ଯେଉଁ ନାରୀ ପତି ସେବାକରେ ସେହି ନାରୀ ପତିପରାୟଣା ସ୍ୱାଧ୍ଵୀ ବୋଲାଇ ଥାଏ । ଯେତେବେଳେ ପତି ତାହାର ମରେ ତାକୁ ତାହାର ସ୍ୱାମୀ ମରିଯାଇଛି ବୋଲି ଜଣାପଡେ ନାହିଁ ? ସେହି ନାରୀ ସ୍ୱାମୀ ଶବକୁ କୋଳରେ ଧରି ମନରେ ବିଚାର କରେ ଯେ ମୁଁ ସ୍ୱାମୀ ଚିତାରେ ଝାସଦେଉଛି ସେ ଅରୁନ୍ଧତୀ ସମାନ ସ୍ୱର୍ଗଭୋଗ କରେ ।ସ୍ୱାମୀ ମରିଗଲେ ମଧ୍ୟ ସେ ସ୍ୱାମୀ ପାଖରୁ ଅନ୍ତର ନହେବା ଭଳି ମନେ କରେ ।ତା ଚାରି ପାଖରେ ସ୍ୱର୍ଗ ଅପ୍ସରା ମାନେ ନୃତ୍ୟ କରୁଥିବାର ସେ ଅନୁଭବ କରେ ।ସେହି ନାରୀ ଚଉଦ ଇନ୍ଦ୍ର ପର୍ଯ୍ୟନ୍ତ ପତି ସଂଗେ ଏକାଠି ରୁହେ ।ପତିକୁଳ ଓ ପିତୃକୁଳ ଦୁଇ କୂଳକୁ ସେହି ନାରୀ ଉଦ୍ଧାର କରେ । ସୂର୍ଯ୍ୟ କିରଣ ସମାନ ସେହି ନାରୀ ଦିବ୍ୟ ରଥରେ ବସି ସ୍ୱାମୀ ସହିତ କ୍ରୀଡା କରେ । ସେହି ନାରୀ ସ୍ୱର୍ଗ ଭୋଗ ପରେ ଅକ୍ଷୟ ଭୁବନ ଅର୍ଥାତ ବୈକୁଣ୍ଠ ଭୁବନରେ ଦିନ ରାତ୍ରି ଭ୍ରମଣ କରେ ।

..ଏଭଳି ନାରୀ ପାପ ମଧ୍ୟରେ ପଡେ ନାହିଁ ।ତାକୁ ପୂର୍ଵଧର୍ମ ସହାୟ ସବୁବେଳେ କରେ ।ସେଭଳି ନାରୀ ଯଦି ଇଚ୍ଛା କରେ ତେବେ ସେ ପୁରୁଷ ଜନ୍ମ ନିଏ ।ଏହିନାରୀ ଯାହା ଇଛା କରେ ସେହି ଜନ୍ମ ନେଇପାରେ ।ଏହା ଶାସ୍ତ୍ର ବଚନ ।ଏହାକୁ ଶୁଣି କେହି ମତ୍ତ ଗର୍ବ କରିବ ନାହିଁ ।

ହେ ଗରୁଡ଼ !ପତିପରାୟଣ ସାଧ୍ବୀ ଆହୁରି କିଛି ବିଧି ଅଛି ।ଏହି ବିଧି ମୁଁ ତୁମକୁ ପରବର୍ତ୍ତୀ ସମୟରେ କହିବି ।ଏହାକହି ନାରାୟଣ ଦେବ ମୌନ ହୋଇଗଲେ ।ଗରୁଡ଼ କମଳାର ବରଙ୍କ ବଚନ ଶୁଣି କୃତ କୃତ ହେଲା । ଭଗବାନ ବିଷ୍ଣୁ ଙ୍କୁ ପ୍ରଣାମ କରି ଆକାଶ ମାର୍ଗରେ ଉଡ଼ିଗଲା ।