ଜୀବକୁ ଆନନ୍ଦ ପ୍ରାପ୍ତ କେତେବେଳେ ହୁଏ?

ଯେତେବେଳ ପର୍ଯ୍ୟନ୍ତ ତୁମେ କିଛି ଇଚ୍ଛା କରୁଛ , ସେତେବେଳ ପର୍ଯ୍ୟନ୍ତ ତୁମେ ବାସନାର , ସେହି ବସ୍ତୁର ଗୁଲାମ ରହିବ। ଯଦି ମୋକ୍ଷର ବି ଇଚ୍ଛା ଅଛି , ତେବେ ତୁମେ ମୋକ୍ଷର ଗୁଲାମ ଅଟ । ଈଶ୍ୱରଙ୍କୁ ପାଇବାକୁ ଚାହିଁଲେ ମଧ୍ୟ ତୁମେ ବନ୍ଧନରେ ରହିବ । ନିଜର ସୁଖର ଡୋରି ଅନ୍ୟ କାହା ସହିତ ବାନ୍ଧ ନାହିଁ । ତୁମର ବାସନା ଯେତେ କମି କମି ଯାଏ , ସେହି ଅନୁପାତରେ ସେହି ସେହି ବନ୍ଧନରୁ ମୁକ୍ତି ମିଳିଯାଏ ଏବଂ ଆତ୍ମ ଭାବର ବୃଦ୍ଧି ଓ ତୃପ୍ତି ବଢି ବଢିଯାଏ ।

ଯେତେ ଯେତେ ସତ୍ୟ ଅନୁଭବକୁ ଆସେ ବା ଦେଖାଯାଏ , ସେତିକି ସେତିକି ଅସାର ବସ୍ତୁଠାରୁ ସମ୍ବନ୍ଧ କମି କମି ଯାଏ । ସଂସାରଠାରୁ ଅନାସକ୍ତ ହୋଇଗଲେ ତୃଷ୍ଣାର ବିନାଶ ହୁଏ । ତୃଷ୍ଣାର ବିନାଶ ହିଁ ମୁକ୍ତି ଅଟେ । ବାହ୍ୟ ସଂସାରରୁ ତୃଷ୍ଣା ବା ଆସକ୍ତି ଛାଡିବା ଦ୍ବାରା ଅନ୍ତରରେ ଯେଉଁ ବହୁମୂଲ୍ୟ ଖଜଣା ଲୁଚିରହିଛି , ତାହା ଦେଖାଯାଏ , ତାହା ଅନୁଭବକୁ ଆସେ । ସେଥିରେ ହିଁ ଜୀବକୁ ଆନନ୍ଦ ପ୍ରାପ୍ତ ହୁଏ ।