ପ୍ରେମ ମନ୍ଦିର: ୫୫ ଏକର ଜାଗା ଉପରେ ଅବସ୍ଥିତ ଜାଣନ୍ତୁ

ପ୍ରେମ ମନ୍ଦିର ଉତ୍ତର ପ୍ରଦେଶ ର ଜିଲ୍ଲା ମଥୁରା ଶ୍ରୀଧାମ ବୃନ୍ଦାବନ ଖ୍ରୀ ୨୦୦୧ ରେ ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଙ୍କ ଦ୍ୱାରା ଶିଳାନ୍ୟାସ ପୂର୍ବକ ଶୁଭାରମ୍ଭ ହୋଇ ଖ୍ରୀ ୨୦୧୨ ରେ ପ୍ରତିଷ୍ଠା ହୋଇଥିଲାl ଏହି ମନ୍ଦିର ର ଉପାସ୍ୟ ଦେବତା ହେଉଛନ୍ତି ଶ୍ରୀ ରାଧାଗୋବିନ୍ଦ , ତଳ ମହଲା ରେ ପୂଜା ପାଆନ୍ତି l ଏହି ମନ୍ଦିର ରେ ଶ୍ରୀ ସୀତାରାମ ମଧ୍ୟ ଉପର ମହଲା ରେ ପୂଜା ପାଉଛନ୍ତି l

ମନ୍ଦିର ଟି ୫୫ ଏକର ଜାଗା ଉପରେ ଅବସ୍ଥିତ l ଏକ ହଜାର ମିସ୍ତ୍ରୀ ବାର ବର୍ଷ ଲାଗି ଏହି ୭୩,୦୦୦ ବର୍ଗ ଫୁଟ ସ୍ତମ୍ଭ ନଥିବା ମନ୍ଦିର ତିଆରି କରିଥିଲେ l ଏଥିରେ ୨୫,୦୦୦ ଭକ୍ତ ଶ୍ରଦ୍ଧାଳୁ ଏକକାଳୀନ ବସି ଭଜନ କରି ପାରିବେ l ଏହି ମନ୍ଦିର ନିର୍ମାଣ ରେ କେବଳ ଇଟାଲିଆନ ମାର୍ବଲ ବ୍ୟବହାର କରା ଯାଇଛି l

ଏହି ମନ୍ଦିର ର ଏକ ଶାଖା ମନ୍ଦିର ଭକ୍ତି ମନ୍ଦିର ୨୦୦୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା l ଶ୍ରୀରାଧା ଙ୍କ ଜନ୍ମ ସ୍ଥାନ ବର୍ଷାନା ରେ ଅନ୍ୟ ଏକ ଭବ୍ୟ କିର୍ତ୍ତୀ ମନ୍ଦିର ଖ୍ରୀ ୨୦୧୯ ରେ ସ୍ଥାପିତ ହୋଇଛି l ଏହି ସମସ୍ତ ମନ୍ଦିର ଗୁଡିକ ଶ୍ରୀ କୃପାଳୁଜୀ ମହାରାଜ ଟ୍ରଷ୍ଟ ମାଧ୍ୟମରେ ପରିଚାଳିତ ହେଉଛି l