କେଉଁ ତିନୋଟି ବସ୍ତୁ ସପ୍ତମୀ ତିଥିରେ ଦାନ ଦେଲେ ବ୍ରହ୍ମହତ୍ୟା ପାପ ନାଶ ହୋଇଯାଏ

ଭଗବାନ ବିଷ୍ଣୁ ନାରଦଙ୍କୁ ସାକ୍ଷାତ କରି ବୈକୁଣ୍ଠ ପୁର ସିଂହାସନ ଉପରେ ବସିଥାନ୍ତି । ଏହିସମୟରେ ଗରୁଡ଼ ଆସି ସେଠାରେ ପ୍ରବେଶ ହେଲା । ଦୁଇହାତ ଯୋଡି ଭଗବାନ ବିଷ୍ଣୁ ଙ୍କୁ ପ୍ରଣିପାତ କରି କହିଲା ହେ କମଳାର ବର ! ଆତୁର ସମୟରେ ପାପୀ ମାନଙ୍କ ପାଇଁ ଦାନ ବିଷୟରେ ବହୁତ କଥା ଆପଣଂକ ଠାରୁ ଶୁଣିଥିଲି ? ଆଉ କିଛି ଦାନ ଅଛି ଯଦି ମୋତେ କୁହନ୍ତୁ ?।

ନାରାୟଣ ଦେବ ଅଳ୍ପ ହସି କହିଲେ ହେ ଗରୁଡ଼ ! ତୁମର ଆଗ୍ରହ ଦେଖି ମୁଁ ଖୁସି ଅନୁଭବ କରୁଛି ? ଏବେ ଅନ୍ୟ ଦାନ ବିଷୟରେ କହୁଛି ମନଦେଇ ଶୁଣ ? ଭଗବାନ ବିଷ୍ଣୁ କହୁଛନ୍ତି.. .. ହେ ଗରୁଡ଼ ! ଆହୁରି ଏକ ଦାନ ଅଛି ତାହାହେଲେ ଶୁକ୍ଳ ଧାନ ବିରି ,ତୈଳ ,ଏ ତିନୋଟି ସପ୍ତମୀ ତିଥିରେ ଦାନ ଦେଲେ ବ୍ରହ୍ମହତ୍ୟା ପାପ କରିଥିଲେ ମଧ୍ୟ ତାହା ନାଶ ହୋଇଯାଏ ।

ବୃଷଭ ସହିତ ଯେଉଁ ଗାଈ ସଙ୍ଗ ହୋଇଥିବ ,ସେଇ ଗାଈର ଲାଞ୍ଜ କି ଚମ ଆଣି ବ୍ରାହ୍ମଣ ଙ୍କୁ ଦାନ ଦେବା ସହିତ ଉପଯୁକ୍ତ ଦକ୍ଷିଣା ଦେଲେ ଜୀଵ ଯେତେପାପ କରିଥିଲେ ମଧ୍ୟ ମୁକ୍ତି ପାଇଥାଏ ।

ବୃକ୍ଷ ଫଳ ସହିତ ଭୂମି ଦାନ ଉତ୍ତମ ବହ୍ମଣ ଙ୍କୁ ଦେଇ ତାସହିତ ଦକ୍ଷିଣା ପ୍ରଦାନ କଲେ ଜୀଵ ଯେତେ ପାପ କରିଥିଲେ ମଧ୍ୟ ପରଜନ୍ମ ରେ ଇନ୍ଦ୍ର ଙ୍କ ପରି ସୁଖ ପାଏ ।

ଦାନ ଦେଇଥିବା ଭୂମି କୁ ଯଦି ରାଜା ବଳପୂର୍ବକ ଛଡାଇ ନିଅନ୍ତି ତେବେ ରାଜ୍ୟ ଅଧୋଗତି ହେବା ସହିତ ରାଜା ମଧ୍ୟ ପାପ ଭୋଗକରେ । ଯେତେଦିନ ଅନନ୍ତ ମହିକି ଧରିଥିବେ ସେତେଦିନି ପର୍ଯ୍ୟନ୍ତ ରାଜା ନର୍କ ଭୋଗ କରିବ। ରାଜା ଯେତେ ଦାନ କଲେ ମଧ୍ୟ ତାଙ୍କ ପାପ ଖଣ୍ଡନ ହୁଏ ନାହିଁ । ରାଜା ଙ୍କ ପାପ ଖଣ୍ଡନ ପାଇଁ ଗୋଟିଏ ମାତ୍ର ଉପାୟ ଅଛି ? ଯଦି ରାଜାଙ୍କ ପୁଅ ନିଷ୍ଠାର ସହ ପୁରାଣ ଶୁଣିବ ,ବିଧିମତେ ବ୍ରାହ୍ମଣଙ୍କୁ ଡାକି ଗୁପ୍ତଦାନ ଦେବ ତେବେ କିଛି ମାତ୍ରାରେ ରାଜାଙ୍କର ପାପ କ୍ଷୟ ହୁଏ । ସମ୍ପୂର୍ଣ୍ଣ ପାପ କ୍ଷୟ ହେବାପାଇଁ ରାଜାଙ୍କ ପୁତ୍ର ଯଦି ବେଦଜ୍ଞ ବ୍ରାହ୍ମଣ ଜଣକୁ ବରଣ କରି ଧେନୁ ଦାନ ଦେବ ବୋଲି ପାଟିରେ କହିବ ଓ ସୁବର୍ଣ୍ଣର ଶିବ ମୂର୍ତ୍ତି କରି ତା ସହିତ ଧେନୁ ଦାନ କରେ ତେବେ ସେ ରାଜା ମୋକ୍ଷ ପାଏ ।