ଆର୍ଚରୀ ୱାର୍ଲ୍ଡକପ: ଭାରତକୁ ସ୍ୱର୍ଣ୍ଣ

ଗୁଆଙ୍ଗଜୁରେ ଚାଲିଥି୍‌ବା ଆର୍ଚରୀ ବିଶ୍ୱକପ ଦ୍ୱିତୀୟ ଚରଣରେ ଭାରତୀୟ କମ୍ପାଉଣ୍ଡ୍‌ ଆର୍ଚେରୀମାନେ ଦମଦାର….

ନୂଆଦିଲ୍ଲୀ: ଗୁଆଙ୍ଗଜୁରେ ଚାଲିଥି୍‌ବା ଆର୍ଚରୀ ବିଶ୍ୱକପ ଦ୍ୱିତୀୟ ଚରଣରେ ଭାରତୀୟ କମ୍ପାଉଣ୍ଡ୍‌ ଆର୍ଚେରୀମାନେ ଦମଦାର ପ୍ରଦର୍ଶନ କରି ତିନିଟି ପଦକ ଜିତିଛନ୍ତି । ପୁରୁଷ ଟିମ ଚଳିତବର୍ଷ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମିକ୍ସଡ ଟିମ ବ୍ରୋଞ୍ଜ ହାସଲ କରିଛି । ଅନ୍ୟପକ୍ଷରେ ବ୍ୟକ୍ତିଗତ ଇଭେଣ୍ଟରେ ମୋହନ ଭରଦ୍ୱାଜ ରୌପ୍ୟ ପଦକ ଜିତିଛନ୍ତି । ଗତ ଏପ୍ରିଲ୍‌ରେ ଅନ୍ତାଲ୍ୟାରେ ଅନୁଷ୍ଠିତ ବିଶ୍ୱକପ ପ୍ରଥମ ଚରଣର ଫାଇନାଲକୁ ଦୋହରାଇ ଅଭିଶେକ ବର୍ମା, ଅମନ ସାଇନି ଓ ରଜତ ଚୌହାନଙ୍କ ୪ର୍ଥ ର‍୍ୟାଙ୍କର ଭାରତୀୟ ପୁରୁଷ ଟିମ ଷଷ୍ଠ ର‍୍ୟାଙ୍କର ଫ୍ରାନ୍ସକୁ ୨୩୨-୨୩୦ରେ ହରାଇ ପ୍ରଥମ ସ୍ଥାନରେ ରହିଥିଲା ।

ଅନ୍ୟପକ୍ଷରେ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟର ସେମିଫାଇନାଲରେ ଗୋଟିଏ ପରଫେକ୍ଟ ୩୦ ସହ ବିଶ୍ୱ ଚାମ୍ପିଅନ୍‌ ଅଷ୍ଟ୍ରିଆର ନିକୋଙ୍କୁ ୧୪୩-୧୪୧ରେ ହରାଇଥିବା ମୋହନ ଭରଦ୍ୱାର କିନ୍ତୁ ଫାଇନାଲ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିଅନ ନେଦରଲାଣ୍ଡସର ମାଇକ ସ୍ଲୋଏସରଙ୍କଠାରୁ ୧୪୧-୧୪୯ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପୂର୍ବରୁ ଭାରତୀୟ ମହିଳା ମାନେ କମ୍ପାଉଣ୍ଡ୍‌ ଓ ରକର୍ଭ ଟିମ୍‌ ଇଭେଣ୍ଟରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଜିତିଥିଲେ ।