ଇଂଲଣ୍ଡ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା

ପୂର୍ବରୁ ବାକିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଚୟନକର୍ତ୍ତା ୧୭ ଜଣିଆ ଦଳ….

ନୂଆଦିଲ୍ଲୀ: ପୂର୍ବରୁ ବାକିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଚୟନକର୍ତ୍ତା ୧୭ ଜଣିଆ ଦଳ ଘୋଷଣା କରିଛନ୍ତି । ସେହିପରି ଦଳକୁ ଫେରିଛନ୍ତି ବରିଷ୍ଠ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍‌ ଖେଳିବା ବାକି ରହିଥିଲା । ଏହି ମୁକାବିଲା ଜୁଲାଇ ୧ରୁ ଆରମ୍ଭ ହେବ । ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଶୁଭମାନ ଗିଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣା ।