ଟି-୨୦ ସିରିଜ ପାଇଁ ବରିଷ୍ଠଙ୍କୁ ବିଶ୍ରାମ: ନୂଆକୁ ସୁଯୋଗ

ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ନୂଆଦିଲ୍ଲୀ: ବିସିସିଆଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଏଥିରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ସହ ନୂଆ ମୁହଁକୁ ସୁଯୋଗ ଦିଆଯାଇଛି । ସେହିପରି ଏହି ଗସ୍ତରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଅର୍ଶଦୀପ ସିଂହ ଏବଂ ଉମରାନ ମଲିକଙ୍କୁ ସୁଯୋଗ ଦିଆଯାଇଛି । ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଅନ୍ୟପକ୍ଷରେ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦଳର ନେତୃତ୍ୱ ନେବେ ।

୧୮ ଜଣିଆ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଚହଲ ଏବଂ କୁଲଦୀପଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ସେହିପରି ଆଇପିଏଲ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ଫେରିଛନ୍ତି । ଭାରତୀୟ ଟି-୨୦ ସ୍କ୍ୱାଡ : କେଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକୱାଡ, ଇଶାନ କିଷଣ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣ?ଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମରାନ ମଲିକ ।