ଶରୀରର ଓଜନ ହ୍ରାସ ପାଇଁ ବ୍ୟବହାର କରନ୍ତୁ ,ଏହି ସବୁ ନିୟମ

ଖାଇବା କମ୍‌ କରି ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥାଆନ୍ତି…

ଖାଇବା କମ୍‌ କରି ଓଜନ ହ୍ରାସ କରିବାର ଉପାୟ ଆପଣେଇ ଥାଆନ୍ତି ତ ପୁଣି କେହି ବିଭିନ୍ନ ପ୍ରକାରର ଖାଦ୍ୟ ସାମିଲ୍‌ କରି ଓଜନ ହ୍ରାସ କରିଥାନ୍ତି। ଆପଣ ବି ଯଦି ନିଜର ଓଜନ ହ୍ରାସ କରିବାକୁ ଚାହାନ୍ତି ତେବେ ଭୁଲ୍‌ରେ ବି ଖାଇବା କମ୍‌ କରିବା କଥା ଭାବନ୍ତୁ ନାହିଁ। ଖାଇବା କମ୍‌ କରି ଓଜନ କମାଇବା କଥା ଭାବିବା ନିହାତି ଭାବେ ବୋକାମୀ। କାରଣ ଖାଦ୍ୟ କମ୍‌ ହେଲେ ଆପଣଙ୍କୁ ଗ୍ୟାସ୍‌ଷ୍ଟ୍ରିକ୍‌ ହୋଇପାରେ। ଗ୍ୟାସ୍‌ଷ୍ଟ୍ରିକ୍‌ ହେଲେ ଓଜନ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାର ଅଧିକ ସମ୍ଭାବନା ଥାଏ।

କମଳା ଫଳ ଯାହାକି ଓଜନ ହ୍ରାସ କରିବାରେ ବେଶ୍‌ ସହାୟ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ପୋଷଣ ରହିଛି। ଏଥିରେ କ୍ୟାଲୋରି କମ୍‌ ରହିବା ସହ ଏହା ଫାଇବର ଏବଂ ପୋଟାସିୟମରେ ଭରପୂର। କର୍କଟ ପରି ରୋଗ ସହ ଲଢ଼ିବାର ଶକ୍ତି ରହିଛି ଏହି ଫଳରେ। ଅନ୍ୟ ଏକ ଓଜନ ହ୍ରାସକାରୀ ଫଳ ହେଉଛି ତରଭୁଜ। ଏଥିରେ ମଧ୍ୟ କ୍ୟାଲୋରି ଖୁବ୍ କମ୍‌ ମାତ୍ରା‌ରେ ଥାଏ। ତରଭୁଜରେ ଥିବା ଅତ୍ୟଧିକ ଜଳଭାଗ ଓଜନ ହ୍ରାସ ପାଇଁ ବିଶେଷ ସହାୟ ହୋଇଥାଏ।