ଏମଆଇ ପକ୍ଷରୁ ଖେଳିବେ ଅର୍ଜୁନ!

ମୁମ୍ବାଇ ଅର୍ଜୁନଙ୍କୁ ଟିମରେ ସାମିଲ କରିପାରେ ବୋଲି….

ମୁମ୍ବାଇ: ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣରେ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଭାବେ ସମସ୍ତ ୫ଟି ମ୍ୟାଚ ଖେଳି ପରାଜିତ ହେବା ସହ ପଏଣ୍ଟ ଟେବୁଲରେ ମଧ୍ୟ ସର୍ବନିମ୍ନ ସ୍ଥାନରେ ରହିଛି । ତେବେ ମୁମ୍ବାଇ ଟିମରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ଚାଲିଛି । ମୁମ୍ବାଇ ଟିମର ସମସ୍ତ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଲେଣି ।

ଅନ୍ୟପକ୍ଷରେ ମୁମ୍ବାଇ ଟିମ ଯୁବ ଖେଳାଳିଙ୍କୁ ସୁଯୋଗ ଦେବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଯଦି ଏପରି ହୁଏ ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଚୂଡାନ୍ତ ଏକାଦଶରେ ଟିମ୍‌ ସାମିଲ କରିପାରେ । ସୂଚନାଯୋଗ୍ୟ ଯେ, ମୁମ୍ବାଇ ଅର୍ଜୁନଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା ।

ଚଳିତ ସିଜିନରେ ତାଙ୍କ ପଛରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଟିମ । କିନ୍ତୁ ଏବେସୁଦ୍ଧା ସେ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନାହାଁନ୍ତି । ଅର୍ଜୁନ ଜଣେ ବାମହାତୀ ଦ୍ରୁତ ବୋଲର । ମୁମ୍ବାଇ ଅର୍ଜୁନଙ୍କୁ ଟିମରେ ସାମିଲ କରିପାରେ ବୋଲି ଅନେକ ବିଶେଷଜ୍ଞ କହୁଛନ୍ତି ।