ଆଇପିଏଲ ପଏଣ୍ଟ ଟେବୁଲ ଶୀର୍ଷରେ ଗୁଜୁରାଟ ଟାଇଟନ୍ସ

ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣରେ ଦମଦାର ପ୍ରଦର୍ଶନ କରୁଛି ନୂଆ ଟିମ ଗୁଜରାଟ ଟାଇଟନ୍ସ…

ମୁମ୍ବାଇ : ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣରେ ଦମଦାର ପ୍ରଦର୍ଶନ କରୁଛି ନୂଆ ଟିମ ଗୁଜରାଟ ଟାଇଟନ୍ସ । ଚଳିତ ସଂସ୍କରଣରେ ରାଜସ୍ଥାନକୁ ୩୭ ରନରେ ପରାସ୍ତ କରି ଗୁଜରାଟ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ୧୯୨ ରନ୍‌ କରିଥିଲା ଗୁଜୁରାଟ ଟିମ । ଫଳରେ ରାଜସ୍ଥାନକୁ ୧୯୩ ରନର ଏକ ବୃହତ୍ତ ବିଜୟ ଲକ୍ଷ୍ୟ ମିଳିଥିଲା ।

ଅନ୍ୟପକ୍ଷରେ ରାଜସ୍ଥାନ ୨୦ ଓଭରରେ ୯ଟି ୱିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରିଥିଲା । ଜୋସ ବଟଲର ୫୪ ରନ, ସିମରନ୍‌ ହେଟମେୟର ୨୯ ରନ୍‌ କରିବା ସହ ରିୟାନ ପରାଗ ୧୮ ରନ୍‌, ଜିମି ନୀଶମ ୧୭ ଓ ଅଧିନାୟକ ସଂଜୁ ସାମନନ ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ।

ସେହିପରି ଅନ୍ୟ ଖେଳାଳିମାନେ ନିରାଶ କରିଥିଲେ । ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଜସ୍ଥାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ପାଣ୍ଡ୍ୟା ଅପରାଜିତ ରହି ୮୭ ରନ୍‌ ସଂଗ୍ରହ କରିଥିଲେ । ତେବେ ସବୁଠୁ ବଡ କଥା ହେଉଛି ଯେ, ଗୁଜରାଟ ଆଇପିଏଲରେ ନୂଆ ଟିମ ହୋଇଥିଲେ ବି ଭଲ ପ୍ରଦର୍ଶନ କରିଛି । ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିବା ସହିତ ଆଇପିଏଲ-୨୦୨୨ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ।