ଶେଷ ଦିନିକିଆ ଜିତିଲା ଅଷ୍ଟ୍ରେଲିଆ

ଦିନିକିଆ ସିରିଜର ଶେଷ ମ୍ୟାଚ୍‌କୁ ଜିତି ନେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି ।

ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ବୁଧବାର ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ୬୬ରନରେ ଭାରତକୁ ପରାସ୍ତ କରିଛି । ଶୃଙ୍ଖଳାକୁ ପୂର୍ବରୁ ଭାରତ ଜିତି ସାରିଥିଲେ ମଧ୍ୟ ଶେଷ ମ୍ୟାଚରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନଥିଲା ।