ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅନ୍ୟପକ୍ଷରେ ଘରୋଇ ପରିବେଶରେ ଲକ୍ଷ୍ନୌ ପରାଜୟ ବରଣ କରିଛି। କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଟ୍ରାକକୁ ଫେରିଛି ଦିଲ୍ଲୀ। ଉଭୟ ବ୍ୟାଟିଂ ଓ ବୋଲିଂ ଲାଇରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା ଲକ୍ଷ୍ନୌ। ଜବାବରେ ୧୮.୧ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା କୁଳଦୀପ ଯାଦବ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଗତକାଲିର ମ୍ୟାଚରେ ଝେୟ ରିଚାର୍ଡସନ୍ ଓ ଆନରିଚ ନର୍ଜଙ୍କ ବଦଳରେ ଜେକ୍ ଫ୍ରେଜର-ମ୍ୟାକଗର୍କ ଏବଂ ସାଇ ହୋପ୍ ସାମିଲ ହୋଇଥିଲେ। ସେହିପରି କୁଳଦୀପ ଯାଦବ ଓ ମୁକେଶ କୁମାର ଫିଟ୍ ହୋଇ ଦଳକୁ ଫେରିଥିଲେ। ଫଳରେ ଟିମର ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନ ଦୃଢ ସ୍ଥିତିରେ ରହିଥିଲା।