ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଭୁବନେଶ୍ୱର: ଶୁକ୍ରବାର ଦିନ ସକାଳୁ କଟକର ଗୋଟିଏ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କର ପରଲୋକ ହୋଇଯାଇଥିବା ଖବର ଶୁଣିବାକୁ ମିଳିଛି । ସକ୍ରିୟ ରାଜନୀତିରୁ ବିଦାୟ ନେବା ପରଠାରୁ ସେ ଲୋକଙ୍କ ନିକଟରୁ ଦୂରେଇ ଯାଇଥିଲେ । ଗତ କିଛିବର୍ଷ ଧରି ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚିକିତ୍ସାଧୀନ ଥିଲେ ।

ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାତ୍ର ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିଲା ।

ମାତ୍ର ପରେ ସେ ଦୁର୍ନୀତି ଅଭିଯୋଗର ଶିକାର ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ । ତା’ ପରଠାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ।