ଡାକ୍ତରଖାନାରେ ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ସାହୁ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ନିଆଯାଇଛି । ବିଜେଡି ନିର୍ବାଚନ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ନିଯୁକ୍ତ କରାଯାଇଛି ।

ଯଦିଓ ବିଜେଡିର ନିର୍ବାଚନ ଇସ୍ତାହାରରେ କୋଉ ବିଷୟକୁ କିଭଳି ଭାବେ କେତେ ନମ୍ବରରେ ସ୍ଥାନ ଦିଆଯିବ; ତା’ର ଦାୟିତ୍ୱ ଭିକେ ପାଣ୍ଡିୟାନ ତୁଲାଉଛନ୍ତି । ପାଣ୍ଡିୟାନଙ୍କୁ ସାହାଯ୍ୟ କରିବା ପାଇଁ ସୁରେଶ ମହାପାତ୍ରଙ୍କ ଭଳି ସଂକଟ ମୋଚକ ଅଛନ୍ତି । ତେଣୁ ଚନ୍ଦ୍ରଶେଖରଙ୍କୁ ଆରାମରେ ଡାକ୍ତରଖାନାରେ ବିଶ୍ରାମ କରିବାକୁ ସୁଯୋଗ ଦିଆଯାଇଛି । ବୟସାଧିକ କାରଣରୁ ଏଥର ତାଙ୍କୁ ନିର୍ବାଚନ ମଇଦାନକୁ ଛଡ଼ାଯାଇନି ।

ଡାକ୍ତରଖାନାର ଦକ୍ଷ ଡାକ୍ତରମାନେ ବିଜେଡି ସାଂସଦଙ୍କୁ ଆରୋଗ୍ୟ କରିବା ପାଇଁ ଲାଗି ପଡ଼ିଛନ୍ତି ।