ଦିଲ୍ଲୀ ଦଳର ଟିମ ସେଫର୍ଟ କରୋନା ସଂକ୍ରମିତ ଚିହ୍ନଟ

ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡ ଖେଳାଳି…

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଉପରେ କରୋନାର କଳାବାଦଲ ପୁଣି ଘୋଟିବାରେ ଲାଗିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡ ଖେଳାଳି ଟିମ ସେଫର୍ଟ କରୋନା ପଜିଟିଭ ଥିବା ଜଣାପଡ଼ିଛି । ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ସୂଚନା ମିଳିଛି  । ତେବେ ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ ।

ସେହି ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହୋଇପାରିବ । ତାଙ୍କୁ ମିଶାଇ ଦିଲ୍ଲୀ ଦଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା (ଖେଳାଳି ଓ କର୍ମଚାରୀଙ୍କୁ ମିଶାଇ) ୬ରେ ପହଞ୍ଚିଛି । ଗତ ୧୫ ତାରିଖରେ ଦିଲ୍ଲୀର ଫିଜିଓ ପାଟ୍ରିକ ଫରହାର୍ଡ ପ୍ରଥମ ବ୍ୟକ୍ତିଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୂର୍ବରୁ  ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ଦିଲ୍ଲୀ ଦଳ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ପଞ୍ଜାବ କିଙ୍ଗ୍ସ ସହ ଖେଳିବ । ତେବେ  କରୋନା ସଂକ୍ରମଣ ଯୋଗୁଁ ଏହି ମ୍ୟାଚକୁ ନେଇ ସଂଦେହ ଦେଖାଦେଇଛି । ତେବେ ଏ ସଂପର୍କରେ ବିସିସିଆଇ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।