ଜିମ୍ବାୱେ ସିରିଜ ପାଇଁ ଧାୱନ ମଙ୍ଗ ସମ୍ଭାଳିବେ

ନୂଆ ମୁହଁ ଭାବେ ରାହୁଲ ତ୍ରିପାଠୀଙ୍କୁ ଭାରତର ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି….

ନୂଆଦିଲ୍ଲୀ : ଆସନ୍ତା ୧୮ରୁ ଆରମ୍ଭ ହେଉଥିବା ଜିମ୍ବାୱେ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜିମ୍ବାୱେରେ ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ଶିଖର ଧୱନ । ସେହିପରି ଆହତ ହୋଇଥିବା ଦୀପକ ଚହର ଏବେ ସୁସ୍ଥ ହୋଇ ସାରିଛନ୍ତି । ତେଣୁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯାଇଛି । ବିରାଟ କୋହଲି ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ ତାଙ୍କୁ ସାମିଲ କରାଯାଇନି । ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଜିମ୍ବାୱେ ବିପକ୍ଷ ସିରିଜରେ ସୁଯୋଗ ପାଇଛନ୍ତି । ନୂଆ ମୁହଁ ଭାବେ ରାହୁଲ ତ୍ରିପାଠୀଙ୍କୁ ଭାରତର ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି । ଭାରତୀୟ ସ୍କ୍ୱାଡରେ ସଞ୍ଜୁ ସାମସନ ଓ ଈଶାନ କିଶନଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇଛି ।