ନାଗ ପଞ୍ଚମୀ ଦିନ କରନ୍ତୁ ଏହି କାମ, ଦୂରେଇ ଯିବ ସମସ୍ତ ଦୁଃଖ

ଆସନ୍ତୁ ଜାଣିବା କଣ କଲେ ଆପଣ ମାନେ ପାଇବେ ସୁଖ ସମୃଦ୍ଧି ସାଙ୍ଗ କୁ ଧନପ୍ରାପ୍ତ

ନାଗ ପଞ୍ଚମୀ ଦିନ ସାପ ଦେବତାଙ୍କୁ ପୂଜା କରାଯାଏ । ଏବଂ ତାଙ୍କୁ କ୍ଷୀର ଅର୍ପଣ କରିବାର ନିୟମ ରହିଛି । ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ସାପଙ୍କୁ ପୂଜା କରାଯାଏ । ଯେଉର୍ଦିନକୁ ନାଗ ପଞ୍ଚମ କୁହାଯାଏ । ଚଳିତବର୍ଷ ନାଗ ପଞ୍ଚମୀ ଅଗଷ୍ଟ ୨ ତାରିଖ ମଙ୍ଗଳବାର ପଡୁଛି । ସନାତନଧର୍ମରେ ଅନେକ ଦେବୀ ଓ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଗ ଦେବତାଙ୍କୁ ପୂଜା କରିବାର ମାନ୍ୟତା ରହିଛି । ଭଗବାନ ଶିବ ତାଙ୍କ ବେକରେ ସର୍ପ ବହନ କରୁଥିବାବେଳେ ଭଗବାନ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ଶୋଇଛନ୍ତି । ଭଗବାନ ଗଣେଶ ସାପକୁ ସୂତା ଆକାରରେ ନେଇଛନ୍ତି । ଏଭଳି ପରିସ୍ଥିତିରେ ସାପଙ୍କୁ ପୂଜା କରିବା ଏବଂ ସାପଙ୍କୁ ବିରକ୍ତି କରିବାର ଭୁଲ କରନ୍ତୁ ନାହିଁ ।

ସର୍ପ ଦେତାଙ୍କୁ ଖୁସି କରିବା ପାଇଁ ନାଗ ପଞ୍ଚମୀର ଦିନ ହେଉଛି ସର୍ବୋତ୍ତମ ଦିନ । ତେଣୁ ନାଗ ପଞ୍ଚମୀ ଦିନ ଉପବାସ କରନ୍ତୁ । ତାଙ୍କର ପ୍ରତିମାକୁ ପୂଜା କରନ୍ତୁ । ଶିବଲିଙ୍ଗରେ ଅଭିଷେକ କରିବା ଏବଂ ସର୍ପ ଦେବତାଙ୍କ ନିକଟରେ ପ୍ରାର୍ଥନା କରିବା ମଧ୍ୟ ଏକ ଭଲ ଉପଚାର । ଏହା କରିବା ଦ୍ୱାରା ଭଗବାନ ଶିବ, ଭଗବାନ ବିଷ୍ଣୁ ଏବଂ ଦେବୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଆହୁରି ମଧ୍ୟ, ଏହି ଦିନ କିଛି କାମ କରିବା ଠାରୁ ଦୂରେଇ ରୁହନ୍ତୁ । ଯେଉଁମାନଙ୍କର ରାହୁ-କେତୁ ଗ୍ରହମାନେ ସେମାନଙ୍କର ରାଶିରେ ଅଶୁଭ ସ୍ଥିତିରେ ଅଛନ୍ତି । ସେମାନେ ସର୍ପମାନଙ୍କୁ କ୍ଷତି ପହଞ୍ଚାଇବାରେ ଭୁଲ୍ କରିବା ଉଚିତ୍ ନୁହେଁ । ବରଂ ନାଗ ପଞ୍ଚମୀ ଦିନ ରୂପା ନିର୍ମିତ ନାଗ-ନାଗୁଣିଙ୍କ ମୂର୍ତ୍ତିରେ କ୍ଷୀର ଢ଼ାଳି ଅଭିଷେକ କରି କ୍ଷମା ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ଯଦି ଏହି ଜନ୍ମରେ କିମ୍ବା ପୂର୍ବ ଜନ୍ମରେ ଆପଣଙ୍କ ଦ୍ୱାରା କୌଣସି ସାପମାନଙ୍କର ହତ୍ୟା କରାଯାଇଛି କିମ୍ବା କୌଣସି କ୍ଷତି ପହଞ୍ଚାଇଛନ୍ତି । ତେବେ ଏଥିପାଇଁ କ୍ଷମା କରନ୍ତୁ ।
ନାଗ ପଞ୍ଚମୀ ଦିନ ଯେକୌଣସି ସମୟରେ ଭୂମି ଖୋଳିବା ଠାରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେଉଁଠାରେ ସାପ ହୁଙ୍କା ଅଛି ସେହି ସ୍ଥାନ ଖୋଳନ୍ତୁ ନାହିଁ । ଯଦି ଭୁଲ ବଶତଃ ସାପ ଘରେ ପସିଯାଉଛି । ତାକୁ ମାରନ୍ତୁ ନାହିଁ । ଜଙ୍ଗଲରେ ଛାଡିଦିଅନ୍ତୁ । ଚଳିତବର୍ଷ ନାଗ ପଞ୍ଚମୀ ଅର୍ଥାତ ମଙ୍ଗଳବାର ପଡୁଛି ।କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।