ହକି ବିଶ୍ୱକପ୍‌ ୨୦୨୩: ଦକ୍ଷିଣ ଆଫ୍ରିକାକୁ ୫-୨ରେ ପରାସ୍ତ କଲା ଭାରତ

ଆଗାମୀ ଦିନରେ ଭାରତ ଆର୍ଜେଂଟିନାକୁ ଭେଟିବ…

ଭୁବନେଶ୍ୱର: ଶନିବାର ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ହକି ମୁକାବିଲା ଭାରତ ସପକ୍ଷରେ ଯାଇଛି । ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲରେ ପରାସ୍ତ କରି ଭାରତ ତାଲିକାର ନବମ ସ୍ଥାନକୁ ଦଖଲ କରିଛି । ଆଗାମୀ ଦିନରେ ଭାରତ ଆର୍ଜେଂଟିନାକୁ ଭେଟିବ ।

ଭାରତ ପ୍ରଥମ କ୍ୱାର୍ଟରରେ ଦୁଇଟି ଗୋଲ ଦେଇ ଦକ୍ଷିଣ ଆଫ୍ରିକାକୁ ଚାପରେ ରଖିଥିଲା । ଦକ୍ଷିଣ ଆଫ୍ରିକା ଭାରତକୁ ଦୁଇଟି ଗୋଲ ପରିଶୋଧ କରିବା ପରେ ଭାରତ ଆହୁରି ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲା ।

ଚତୁର୍ଥ କ୍ୱାର୍ଟରରେ ଭାରତ ଲାଗ ଲାଗ ତିନୋଟି ଗୋଲ କରି ଦକ୍ଷିଣ ଆଫ୍ରିକାକୁ ପରାଜୟର ଦ୍ୱାରଦେଶରେ ପହଂଚାଇଥିଲା । ତିନୋଟି ଯାକ ଗୋଲ ଭିତରୁ ଦୁଇଟି ସିଧାସଳଖ ଥିଲାବେଳେ ତୃତୀୟଟି ପେନାଲଟି ଥିଲା ।