ହକି ବିଶ୍ୱକପ ୨୦୨୩: ସ୍ପେନକୁ ୨-୦ ଗୋଲରେ ହରାଇଲା ଭାରତ

ବିଜୟରୁ ବିଶ୍ବକପ ବିଜୟ ଆରମ୍ଭ କଲା ଭାରତ। ବିର୍ସାମୁଣ୍ଡା…

ଭୁବନେଶ୍ବର: ବିଜୟରୁ ବିଶ୍ବକପ ବିଜୟ ଆରମ୍ଭ କଲା ଭାରତ। ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ସ୍ପେନକୁ ହରାଇଲା ଭାରତ। ବିଶ୍ବକପରେ ନିଜର ଚିତାକର୍ଷପ ପ୍ରଦର୍ଶନ କରି ଭାରତର ଷ୍ଟାର ଖେଳାଳୀ ତଥା ଓଡ଼ିଆ ପୁଅ ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ। ଏହାପରେ ଦ୍ବିତୀୟ ଗୋଲ ହାର୍ଦ୍ଦିକ ସିଂହ ଦେଇଥିବାବେଳେ ସ୍ପେନକୁ ୨-୦ ଗୋଲରେ ହରାଇଲା ଭାରତ।

ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଉଦ୍‌ଘାଟନୀ ଦିବସର ଚତୁର୍ଥ ମ୍ୟାଚ୍‌ରେ ଶୁକ୍ରବାର ଭାରତୀୟ ହକି ଦଳ ତଥା ଟିମ ଇଣ୍ଡିଆ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ବିସ୍ତାର କରି ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଦର୍ଶକମାନେ ମଧ୍ୟ ଖେଳାଳିମାନଙ୍କୁ ଖୁବ ସମର୍ଥନ ‌ଯୋଗାଇଥିଲେ। ବିଶେଷ କରି ଦୁଇ ଓଡ଼ିଆ ଖେଳାଳିଙ୍କ ଖେଳ ଦେଖି ହକିପ୍ରେମୀ ଖୁସି ଜାହିର କରିଥିଲେ।