ଉବର୍‌ କପ୍‌ କ୍ୱାର୍ଟର ଫାଇନାଲରେ ଭାରତ

ସିଙ୍ଗାପୁରକୁ ୪-୧ରେ ହରାଇଲା ଅନଭିଜ୍ଞ ଭାରତୀୟ ମହିଳା ଦଳ।

ରବିବାର ସିଙ୍ଗାପୁରକୁ ୪-୧ରେ ହରାଇବା ସହ ଅନଭିଜ୍ଞ ଭାରତୀୟ ଦଳ କ୍ୱାର୍ଟରରେ ପ୍ରବେଶ କରିଛି। ଯୁବ ଖେଳାଳି ଇଶାରାଣୀ ବରୁଆ ଓ ଅନମୋଲ ଖର୍ବଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା। ଏସିଆନ୍‌ ଚାମ୍ପିୟନ ଭାରତ ସମସ୍ତ ସିନିୟର ଖେଳାଳିଙ୍କ ବିନା ଏହି ଟୁର୍ନାମେଣ୍ଟ ଖେଳୁଛି। ପ୍ରଥମ ମ୍ୟାଚ୍‌ରେ ଅସ୍ମିତା ଚଲିହା ପରାଜିତ ହୋଇଥିଲେ ହେଁ ପରବର୍ତ୍ତୀ ୪ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ। ପୂର୍ବରୁ ଗ୍ରୁପ୍‌ ଏର ପ୍ରଥମ ଟାଇରେ କାନାଡାକୁ ସମାନ ୪-୧ ବ୍ୟବଧାନରେ ପରାସ୍ତ କରିଥିଲା ଭାରତ।

ଉବର୍‌ କପ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ଦଳ। ରବିବାର ସିଙ୍ଗାପୁରକୁ ୪-୧ରେ ହରାଇବା ସହ ଅନଭିଜ୍ଞ ଭାରତୀୟ ଦଳ କ୍ୱାର୍ଟରରେ ପ୍ରବେଶ କରିଛି। ଯୁବ ଖେଳାଳି ଇଶାରାଣୀ ବରୁଆ ଓ ଅନମୋଲ ଖର୍ବଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ମ୍ୟାଚ ଜିତିବାରେ ସକ୍ଷମ ହୋଇଥିଲା।

ଏସିଆନ୍‌ ଚାମ୍ପିୟନ ଭାରତ ସମସ୍ତ ସିନିୟର ଖେଳାଳିଙ୍କ ବିନା ଏହି ଟୁର୍ନାମେଣ୍ଟ ଖେଳୁଛି। ପ୍ରଥମ ମ୍ୟାଚ୍‌ରେ ଅସ୍ମିତା ଚଲିହା ପରାଜିତ ହୋଇଥିଲେ ହେଁ ପରବର୍ତ୍ତୀ ୪ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ। ପୂର୍ବରୁ ଗ୍ରୁପ୍‌ ଏର ପ୍ରଥମ ଟାଇରେ କାନାଡାକୁ ସମାନ ୪-୧ ବ୍ୟବଧାନରେ ପରାସ୍ତ କରିଥିଲା ଭାରତ।

ବିଶ୍ୱ ମାନ୍ୟତାର ୫୩ ତମ ସ୍ଥାନରେ ଥିବା ଅସ୍ମିତା ବିଶ୍ୱ ମାନ୍ୟତାର ୧୮ ନମ୍ବର ଖେଳାଳି ୟେଓ ଜିଅ ମିନଙ୍କ ନିକଟରୁ ୧୫-୨୧ ଓ ୧୮-୨୧ରେ ହାରି ଯାଇଥିଲେ। ତେବେ ଜାତୀୟ ଚାମ୍ପିୟନ ପ୍ରିୟା କୋଞ୍ଜେଙ୍ଗବାମ ଓ ଶ୍ରୁତି ମିଶ୍ର ପରବର୍ତ୍ତୀ ମ୍ୟାଚରେ ଜିଆଓ ଏନ୍‌ ହେଙ୍ଗ ଓ ଜିନ୍‌ ୟୁ ଜିଆଙ୍କୁ ୨୧-୧୫ ୨୧-୧୬ ସେଟରେ ହରାଇଥିଲେ। ତୃତୀୟ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୮୩ ତମ ସ୍ଥାନରେ ଥିବା ଇଶାରାଣୀ ବରୁଆ ୨୧-୧୩ ଓ ୨୧-୧୬ରେ ଇନ୍ସିରା ଖାନଙ୍କୁ ପରାସ୍ତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ୬୪ ତମ ସ୍ଥାନରେ ଥିବା ସିମରନ୍‌ ସିଂଘି ଓ ରିତିକା ଠାକେର ୨୧-୮ ଓ ୨୧-୧୧ ସେଟରେ ୟି ଟିଙ୍ଗ ଏଲ୍‌ସା ଲାଇ ଓ ଜାନ ମିଚେଲେଙ୍କୁ ହରାଇ ଭାରତକୁ ୩-୧ରେ ଆଗୁଆ କରିଥିଲେ।

ଅନ୍ତିମ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୨୫୮ ତମ ସ୍ଥାନରେ ଥିବା ଅନମେଲ ଖର୍ବ ୨୧-୧୫, ୨୧-୧୩ ସେଟରେ ଲି ଜିନ୍‌ ମେଗାନଙ୍କୁ ହରାଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଚାଇନା ୩-୦ରେ କାନାଡାକୁ ହରାଇଥିବା ବେଳେ ଉଭୟ ଭାରତ ଓ ଚାଇନା କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ଭାରତ ଓ ଚାଇନା ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏଥିରେ ଗ୍ରୁପ୍‌ ଟପ୍ପର ନିର୍ଣ୍ଣୟ କରାଯିବ।