ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୪୩୪ ରନ୍ ବ୍ୟବଧାନରେ ଜିତିଲା ଭାରତ

: India won by 434 runs

ନୂଆଦିଲ୍ଲୀ: ରାଜକୋଟରେ ଚାଲିଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୪୩୪ ରନରେ ପରାଜିତ କରିଛି । ରବିନ୍ଦ୍ର ଜାଡେଜାଙ୍କ ୫ ୱିକେଟ୍‌ ଦଖଲ ଓ ଯଶସ୍ୱୀ ଜୟସ୍ୱାଲଙ୍କ ଦ୍ୱିଶତକ ବଳରେ ଭାରତ ଇଂଲଣ୍ଡକୁ ଚତୁର୍ଥ ଦିନରେ ହରାଇଛି ।

ଇଂଲଣ୍ଡକୁ ୪୩୪ ରନ୍‌ ବ୍ୟବଧାନରେ ହରାଇବା ଭାରତ ପାଇଁ ଏକ ସର୍ବକାଳୀନ ରେକର୍ଡ ।

ଇଂଲଣ୍ଡ ଆଗରେ ଭାରତ ୫୫୭ ରନ ବିଶିଷ୍ଟ ବିରାଟ ପାହାଡ଼ ଠିଆ କରିଥିଲା । ଇଂଲଣ୍ଡର ଓପନର ଯୋଡ଼ି ମାତ୍ର ୧୮ ରନରେ ମଇଦାନ ଛାଡ଼ିବା ପରେ ଦଳର ଆତ୍ମବଳ କମି ଯାଇଥିବାର ଦେଖିବାକୁ ମିଳିଥିଲା । ସ୍କୋର ୫୦ ହେବା ବେଳକୁ ଦଳ ସାତଟି ୱିକେଟ୍‌ ହରାଇ ସାରିଥିଲା ।

ଇଂଲଣ୍ଡକୁ ପରାଜିତ କରିବା ପଛରେ ଭାରତର ଦମଦାର ବ୍ୟାଟିଂ ଓ ବୋଲିଂକୁ ଦାୟୀ କରାଯାଇଛି ।