୨୩ରୁ ଆଇପିଏଲ୍‌ ୨୦୨୩ ନିଲାମ: ଉଡିବ ଖାଲି ଟଙ୍କା

ନୂଆ ପୁରୁଣାଙ୍କୁ ମିଶାଇ ନିଲାମରେ ୪୦୦ ଖେଳାଳି

ଫିଫା ବିଶ୍ୱକପ୍‌ ଋତୁ ବିଦାୟ ନେଇଛି….

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ଋତୁ ବିଦାୟ ନେଇଛି । ଆରମ୍ଭ ହୋଇଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଋତୁ । ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୩ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା । ଉକ୍ତ ନିଲାମରେ ତୁହାକୁ ତୁହା ଟଙ୍କା ଉଡ଼ିବାର ସମ୍ଭାବନା ରହିଛି । ଚଳିତ ନିଲାମରେ ବହୁ ନୂଆ ଖେଳାଳିଙ୍କ ସହିତ ଅଭିଜ୍ଞ ଖେଳାଳି ଭାଗ ନେଉଛନ୍ତି । ସୂଚନା ମୁତାବକ ଆଇପିଏଲ୍‌ ୨୦୨୩ରେ ମୋଟ ୧୦ଟି ଟିମ୍‌ ୪୦୫ ଜଣ ଖେଳାଳିଙ୍କୁ ଧରି ମଇଦାନକୁ ଓହ୍ଲାଇବେ ।

ଖେଳାଳିଙ୍କ ପାଇଁ ମାତ୍ର ୮୭ଟି ସ୍ଲଟ୍‌ ଖାଲି ଥିବାରୁ ଏହାକୁ ମିନି ନିଲାମ କୁହାଯାଉଛି । ୪୦୫ ଖେଳାଳିଙ୍କ ଭିତରୁ ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଜଣ ଖେଳାଳି ସହ ଆୟୋଜକ ଦେଶର ।
୧୯ ଜଣ ବିଦେଶୀ ଖେଳାଳି ସେମାନଙ୍କର ସର୍ବନିମ୍ନ ମୂଲ୍ୟ ୨ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି । ୧୧ ଜଣ ଖେଳାଳି ସେମାନଙ୍କର ସର୍ବନିମ୍ନ ରାଶି ଦେଢ଼ କୋଟି ଟଙ୍କା ରଖିଛନ୍ତି । ମୟଙ୍କ ଅଗ୍ରୱାଲ, ମନିଷ ପାଣ୍ଡେଙ୍କ ଭଳି ୨୦ ଜଣ ଖେଳାଳି ସେମାନଙ୍କ ନିଲାମ ରାଶି ସର୍ବନିମ୍ନ ଏକକୋଟି ଲେଖାଏଁ ରଖିଛନ୍ତି ।

ଆଇପିଏଲ୍‌ ପାଇଁ ଗଠିତ ୧୦ଟିମ୍‌ ଭିତରୁ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୨୦.୦୫ କୋଟି ଟଙ୍କା ରହିଛି । ଚେନ୍ନାଇ ସୁପର କିଙ୍ଗ୍‌ସ ନିକଟରେ ୨୦.୪୫ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୧୯.୪୫ କୋଟି, ଗୁଜରାଟ ଟାଇଟନ୍ସ ନିକଟରେ ୧୯.୨୫ କୋଟି, କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ୭.୦୫ କୋଟି, ଲକ୍ଷେ୍ନø ସୁପର ଜାଏଂଟ୍‌ସ ନିକଟରେ ୨୩.୩୫ କୋଟି, ପଞ୍ଜାବ କିଙ୍ଗ୍‌୍‌ସ ନିକଟରେ ୩୨.୨ କୋଟି, ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରେ ୮.୭୫ କୋଟି, ରାଜସ୍ଥାନ ରୟାଲ୍ସ ନିକଟରେ ୧୩.୨ କୋଟି ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରେ ୪୨.୨୫ କୋଟି ଟଙ୍କା ମହଜୁଦ ଅଛି । ଏଥର କୋଚିରେ ଆଇପିଏଲ୍‌ ନିଲାମ ଅନୁଷ୍ଠିତ ହେବ । ଉକ୍ତ ନିଲାମ ପ୍ରକ୍ରିୟାକୁ ଆପଣମାନେ ଷ୍ଟାର୍‌ ସ୍ପୋର୍ଟସରେ ଦେଖିବାକୁ ପାଇବେ । ତା’ ସହିତ ଡିଜିଟାଲ ପ୍ଲାଟଫର୍ମରେ ଆପଣମାନେ ଜିଓ ସିନେମା ଆପ୍ସ ମଜା ନେଇପାରିବେ ।