ଦିଲ୍ଲୀ କ୍ୟାପିଟାଲ୍ସକୁ ହରେଇଲା କୋଲକାତା ନାଇଟ୍ ରାଇଡର୍ସ

ବିଶାଖାପାଟନମ : ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ବିଶାଳ ବିଜୟ ହାସଲ କରିଛି। ଚଳିତ ଆଇପିଏଲରେ ଦ୍ୱିତୀୟ ଦଳ ଭାବେ ୨୭୨ ରନର ବଡ଼ ସ୍କୋର୍ ସହ ୧୦୬ ରନର ବ୍ୟବଧାନରେ ଦିଲ୍ଲୀକୁ ଦେଇଛି ମାତ୍। ଏହି ବିଜୟ ସହ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।

ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍‌ ୱାର୍ଣ୍ଣର ୧୮ ଓ ପୃଥ୍ବୀ ସ’ ୧୦ ଙ୍କ ଯୋଡ଼ି ଭାଙ୍ଗିଥିଲା। ୩୩ ରନ୍‌ ଭିତରେ ଦଳ ୪ ୱିକେଟ୍‌ ହରାଇ ସାରିଥିବାରୁ ଋଷଭ ପନ୍ତ ୫୫ ଓ ତ୍ରିଷ୍ଟାନ୍‌ ଷ୍ଟବ୍‌ସ୍‌ ୫୪ ପଞ୍ଚମ ୱିକେଟ୍‌ରେ ୯୩ ରନ୍‌ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଆଉ କାହାର ଯୋଗ‌ଦାନ ନରହିବାରୁ ଦଳ ୧୭.୨ ଓଭରରେ ୧୬୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା।