ଆପ୍‌ ନେତ୍ରୀ ଆତିଶିଙ୍କ ନିକଟକୁ ନୋଟିସ୍‌ ପଠାଇଲା ଦିଲ୍ଲୀ ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ପକ୍ଷରୁ ଆପ୍‌ ନେତ୍ରୀ ତଥା ମନ୍ତ୍ରୀ ଆତିଶିଙ୍କ ନିକଟକୁ ଆଇନଗତ ନୋଟିସ୍‌ ପଠାଯାଇଛି । ଆଇନଜୀବୀ ସତ୍ୟରଂଜନ ସ୍ୱାଇଁଙ୍କ ଜରିଆରେ ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ପ୍ରବୀନ ଶଙ୍କର କପୁର ନୋଟିସ୍‌ ପଠାଇ ଜବାବ ତଲବ କରିଛନ୍ତି ।

ଆତିଶି ଗଣମାଧ୍ୟମ ଆଗରେ କହିଥିଲେ ଯେ ତାଙ୍କୁ ବିଜେପିରେ ଯୋଗଦାନ ପାଇଁ ବାରମ୍ବାର ଅନୁରୋଧ କରାଯାଉଛି । ବିଜେପି ପକ୍ଷରୁ କିଏ କୋଉଦିନ ତାଙ୍କ ସହିତ ଯୋଗାଯୋଗ କରି ବିଜେପିରେ ମିଶିବାକୁ କହିଥିଲେ, ତା’ ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ।

ବିଜେପିରେ ନମିଶିଲେ ତାଙ୍କୁ ଗିରଫ କରାଯିବ ବୋଲି ଆତିଶିଙ୍କୁ କୁଆଡେ଼ ଧମକ ଦିଆଯାଇଛି ।