୬ ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ୬ଟି ଜିଲ୍ଲାର ଥଣ୍ଡା ପବନ ସାଙ୍ଗକୁ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ସକାଳ ସାଢେ଼ ୮ଟା ଭିତରେ କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁରର ଗୋଟିଏ ଅବା ଦୁଇଟି ସ୍ଥାନରେ ତୁହାକୁ ତୁହା ଥଣ୍ଡା ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା ହେବାର ଆଶଙ୍କା କରାଯାଉଛି ।

ଅନ୍ୟ ଜିଲ୍ଲାଗୁଡ଼ିକର ପାଗ ସାଧାରଣତଃ ଶୁଖିଲା ରହିବ । ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି ଓ କେଉଁଝରରେ ତାପମାତ୍ରା ବୃଦ୍ଧି ପାଇବ । କଟକ, ଭୁବନେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳରେ ତାପମାତ୍ରା ପୂର୍ବବତ୍‌ ରହିବ ।