ବିଜେଡି ଯୋଦ୍ଧାଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ଯୋଦ୍ଧାଙ୍କ ତାଲିକା ପ୍ରକାଶ ପାଇଛି । ସୂଚନା ମୁତାବକ, ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ତଳସରାରୁ ବିନୟ କୁମାର ଟପ୍ପୋ, ସୁନ୍ଦରଗଡ଼ରୁ ଯୋଗେଶ ସିଂ, ରାଜଗାଙ୍ଗପୁରରୁ ଅନିଲ ବରୱା, ବଣାଇରୁ ଭୀମସେନ ଚୌଧୁରୀ, ଯଶୀପୁରରୁ ଚକ୍ରଧର ହେମ୍ବ୍ରମ, ଉଦଳାରୁ ଶ୍ରୀନାଥ ସୋରେନ, ବାରିପଦାରୁ ସନନ୍ଦ ମାରାଣ୍ଡି, ବଡ଼ସାହିରୁ ଅନୁସୂୟା ପାତ୍ର, ମୋରଡାରୁ ପ୍ରୀତିନନ୍ଦା କାନୁନଗୋ ।

ସେହିପରି , ସୋରୋରୁ ମାଧବ ଧଡ଼ା, ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ବୀରମହାରାଜପୁରରୁ ପଦ୍ମନାଭ ବେହେରା, ଖରିୟରରୁ ଅଧିରାଜ ପାଣିଗ୍ରାହୀ, ଫୁଲବାଣୀରୁ ଜୟଶ୍ରୀ କଅଁର, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତୋଲରୁ ରମାକାନ୍ତ ଭୋଇ, ଜଗତସିଂପୁରରୁ ପ୍ରଶାନ୍ତ ମୁଦୁଲି, ଉତର ଭୁବନେଶ୍ୱରରୁ ସୁଶାନ୍ତ ରାଉତ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ।

ବିଜେଡି ପକ୍ଷରୁ ଘୋଷିତ ଲୋକସଭା ଯୋଦ୍ଧାଙ୍କ ଭିତରୁ ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ, ଭଦ୍ରକରୁ ମଂଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର ଓ କେଉଁଝରରୁ ଧରୁର୍ଜୟ ସିଧୁ ଲଢ଼ିବେ ।