ଇତିହାସ ରଚିଲେ ନୀରୁ ଧଣ୍ଡା

ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ କରି ସ୍ବର୍ଣ୍ଣ ପଦକ ଜିତିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଟ୍ରାପ୍ ସୁଟିଂ ସମ୍ପର୍କରେ ଏସୀୟ କ୍ରୀଡ଼ାର ୭୫ ବର୍ଷର ଇତିହାସରେ ପୂର୍ବରୁ କୌଣସି ଭାରତୀୟ ମହିଳା ସୁଟର ଟ୍ରାପ୍ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ନଥିଲେ। ନୀରୁ ଏପରି କରିବାରେ ପ୍ରଥମ ମହିଳା ଖେଳାଳି ହୋଇପାରିଛନ୍ତି। ନୀରୁ ମଧ୍ୟ ଯୋଗ୍ୟତା ରାଉଣ୍ଡରେ ଶୀର୍ଷରେ ଥିଲେ ଏବଂ ଜଣେ କାତାରୀ ସୁଟରଙ୍କ ସହ ସମାନ ସ୍ଥାନରେ ରହିଥିଲେ। ଉଭୟ ୧୧୮ ସ୍କୋର କରିଥିଲେ ।

ନୀରୁଙ୍କ ଏହି ସଫଳତା ସହ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଛି। ମହିଳା ଟ୍ରାପ୍‌ରେ ନୂଆ ଏସୀୟ ରେକର୍ଡ ସହ ସ୍ବର୍ଣ୍ଣ ଜିତି ନୀରୁ ଭାରତୀୟ ଦଳର ପଦକ ତାଲିକାକୁ ଆହୁରି ସମୃଦ୍ଧ କରିଛନ୍ତି। ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ଏପର୍ଯ୍ୟନ୍ତ ମୋଟ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିସାରିଛି। ଏପର୍ଯ୍ୟନ୍ତ ମହିଳା କ୍ରିକେଟ୍ ଦଳ, ପୁରୁଷ ଏବଂ ମହିଳା କବାଡି ଦଳ, ସୁଟିଂରେ କମଲଜିତ୍ ଏବଂ ସୁରୁଚି ସିଂହ ଏବଂ ଏବେ ନୀରୁ ଧଣ୍ଡା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ଭାରତର ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଛି। ଭାରତ ବର୍ତ୍ତମାନ ପଦକ ତାଲିକାରେ ଏକାଦଶ ସ୍ଥାନରେ ଅଛି ।