ସିଏସକେର ନୂଆ ଅଧିନାୟକ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା

ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନେତୃତ୍ୱ ଛାଡି ସମସ୍ତଙ୍କୁ ଝଟକା ଦେଇଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ନେବେ । ତେବେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଜା଼ଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟରରେ ଏକ ଖାସ୍ ମେସେଜ୍ ଲେଖିଛନ୍ତି ।

ଫେବ୍ରୁଆରୀରେ ହୋଇଥିବା ଆଇପିଏଲ ନିଲାମୀରେ ବିକ୍ରି ହୋଇପାରି ନଥିବା ରାଇନା ଲେଖିଛନ୍ତି ଯେ, ସେ ତାଙ୍କ ଭାଇଙ୍କ ପାଇଁ ବହୁତ ଖୁସି ଅଛନ୍ତି । ଚେନ୍ନାଇ ପାଇଁ ଜାଡେଜାଙ୍କ ବ୍ୟତୀତ ଆଉ କେହି ଭଲ ବିକଳ୍ପ ହୋଇପାରିବେ ନାହିଁ । ଜା଼ଡେଜାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।