ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଶ୍ରୀଲଙ୍କା

ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ବିକେଟରେ ହରାଇଦେଇଛି ଶ୍ରୀଲଙ୍କା । ଇଂଲଣ୍ଡ ଦେଇଥିବା ୧୫୭ ରନ ଟାର୍ଗେଟକୁ ଶ୍ରୀଲଙ୍କା ମାତ୍ର ୨୫.୪ ତମ ଓଭରରେ ୨ ୱିକେଟ ବିନିମୟରେ ୧୬୦ ରନ ସ୍କୋର ସହ ବିଜୟ ହାସଲ କରିଥିଲା।