ଟି୨୦ ବିଶ୍ବକପ – ବାଂଲାଦେଶ ପାଇଁ ଭାରତର ୧୮୫ ରନର ଟାର୍ଗେଟ

ଟସ ଜିତି ବାଂଲାଦେଶ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା….

ଡେସ୍କ: ଅଷ୍ଟ୍ରେଲିଆର ଆଡିଲେଡ୍‌ରେ ଆଜି ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣ ଗ୍ରୁପ-୨ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୮୪ ରନ ସ୍କୋର କରିଛି। ଟସ ଜିତି ବାଂଲାଦେଶ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ଭାରତ ପକ୍ଷରୁ ବିରାଟ କୋହଲି ୪୪ଟି ବଲରେ ସର୍ବାଧିକ ୬୪ ରନ କରିଥିବା ବେଳେ କେଏଲ ରାହୁଲ ୩୨ଟି ବଲରେ ୫୦ ରନ ଓ ସୂର୍ଯ୍ୟ କୁମାର ଯାଦବ ୧୬ଟି ବଲରେ ୩୦ ରନ କରିଛନ୍ତି।  ଏବେ ବାଂଲାଦେଶ ପାଇଁ ୧୮୫ ରନର ଟାର୍ଗେଟ। ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ ୪.୧ ଓଭରରେ କୌଣସି ଉଇକେଟ ନ ହରାଇ ୩୫ ରନ କରିଛି।