ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ହୋଇଥିବା ନେଇ ଅଭଯୋଗ ହୋଇଛି । ଯାହାକୁ ନେଇ ଏବେ ମାମଲା ସରଗରମ ହୋଇଛି । ତେବେ ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଏମିତି ଏକ ସଙ୍ଗୀନ ଅଭିଯୋଗ ରୁଜୁ କରାଯାଇଛି । ଏହି ଘଟଣା ପରେ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ । ତେବେ ହତ୍ୟାର କାରଣ ଏବେ କିଛି ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।