ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦେବକୁଣ୍ଡ ପର୍ଯ୍ୟଟନ ସ୍ଥଳ ମା ଅମ୍ବିକାଙ୍କ ଶକ୍ତି ପିଠର ମୁଖ୍ୟ ଫାଟକ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶିମିଳିପାଳ ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳ ମା….

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶିମିଳିପାଳ ପାଦଦେଶରେ ଥିବା ପର୍ଯ୍ୟଟନ ସ୍ଥଳ ମା ଆମ୍ବିକା ଙ୍କ ଶକ୍ତି ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନଭେମ୍ବର ୧ ମଙ୍ଗଳବାର ଦିନ ଖୋଲା ଯାଇଛି, ଶିମିଳିପାଳ ଅଭୟlରଣ୍ୟ ମଧ୍ୟରେ ଶିମିଳିପାଳ ମଧ୍ୟରୁ ଦେବକୁଣ୍ଡ ମା ଅମ୍ବିକାଙ୍କ ପୀଠ କଡ ଦେଇ, କୁଳୁ କୁଳୁ ନାଦରେ ଝରି ଆସିଥିବା ଝରଣା ତଥା ପ୍ରାକୃତିକ ଜଙ୍ଗଲର ସବୁଜିମା ପରିବେଶ ବହୁ ଦୂର ଦୁରାନ୍ତ ରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମନ ମହିଥାଏ ଏହି ଦେବକୁଣ୍ଡ ଶକ୍ତି ପୀଠ,ପ୍ରତେକ ଦିନ ଏହି ପୀଠ କୁ ହଜାର ହଜାର ଭକ୍ତ ଦୂର ଦୁରାନ୍ତ ତଥା ବିଭିନ୍ନ ପ୍ରାନ୍ତ ରୁ ଛୁଟି ଆସୁଥିବା ବେଳେ ଏହି ପୀଠର ପ୍ରବେଶ ଦ୍ୱାରର ମୁଖ୍ୟ ଫାଟକ ଗତ ଜୁନ ମାସ ୧୫ ତାରିଖ ଠାରୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଙ୍କ ପାଇଁ ବନ୍ଦ ଥିଲା, ତେବେ ସରକାରଙ୍କ ନିଷ୍ପତି କ୍ରମେ ପ୍ରତେକ ବର୍ଷ ଭଳି ଏବର୍ଷ ମଧ୍ୟ ନଭେମ୍ବର ୧ତାରିଖ ମଙ୍ଗଳ ବାର ଦିନ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଛି, ମୁଖ୍ୟ ଫାଟକ ସାମ୍ନାରେ ଡୁକୁରା ବନ ବିଭାଗର ରେଞ୍ଜର ପ୍ରଶାନ୍ତ ସାହୁ ଉପସ୍ଥିତ ଥିବା ବେଳେ,ଡୁକୁରା ବନ ବିଭାଗ ର କାର୍ଯ୍ୟରତ କର୍ମଚାରୀ,କପ୍ତିପଦା ଉପଖଣ୍ଡର ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାଏ, ଉଦଳା ବନ ବିଭାଗର କାର୍ଯ୍ୟରତ କର୍ମଚାରୀ, କୁଣ୍ଡାବାଇ ଗ୍ରାମର ସରପଞ୍ଚ, ଜିଲ୍ଲା ପରିଷଦ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟକଙ୍କ ପାଇଁ ଫାଟକ ଖୋଲିଥିଲେ,ଦୂର ଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରତେକ ଦିନ ସକାଳ ୭ ଘଣ୍ଟା ଠାରୁ ଦିନ ଦୁଇଟା ମଧ୍ୟରେ ଦେବକୁଣ୍ଡ ମୁଖ୍ୟ ଫାଟକ ଦେଇ ଭିତରକୁ ପଶି ପାରିବେ ଏବଂ ୪ଘଣ୍ଟା ବେଳକୁ ଦେବକୁଣ୍ଡ ମା ଶକ୍ତି ପୀଠ ଦର୍ଶନ ସାରି ଫେରିବା ପାଇଁ ନିୟମ ଜାରି କରା ଯାଇଥିବା କଥା ଡୁକୁରା ରେଞ୍ଜର ପ୍ରଶାନ୍ତ ସାହୁ ସୂଚନା ପ୍ରଦାନ କରିଥିବା ବେଳେ,ବ୍ରାହ୍ମଣ ଦ୍ୱାରା ମନ୍ତ୍ର ପାଠ କରାଯାଇ ମୁଖ୍ୟ ଫାଟକ ଆଗରେ ସମସ୍ତ ଙ୍କ ଉପସ୍ଥିତି ରେ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାଏ ଫିତା କାଟିବା ପରେ ପର୍ଯ୍ୟଟକଙ୍କ ଉଦେଶ୍ୟରେ ମୁଖ୍ୟ ଫାଟକ ଖୋଲା ଯାଇଥିଲା l ଦୀର୍ଘ ଦିନ ଧରି ପର୍ଯ୍ୟଟନ ସ୍ଥଳ ଦେବାକୁଣ୍ଡ ବନ୍ଦ ହୋଇ ରହିଥିବା ବେଳେ,ଦେବକୁଣ୍ଡ ଶକ୍ତି ପୀଠର ମୁଖ୍ୟ ଫାଟକ ଖୋଲିବା ପରେ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ଲ