୫ମ ଶ୍ରେଣୀର ମେଧାବୃତ୍ତି ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଛାତ୍ର ରାହାସ ବିହାରୀ ମହାନ୍ତ

କେନ୍ଦୁଝର ଜିଲ୍ଲାର ନରଣପୁର ସ୍ଥିତ ଓଡିଶା ବ୍ରିଗେଡ ସ୍କୁଲର ଛାତ୍ର ରାହାସ ବିହାରୀ ମହାନ୍ତ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ବାରା ହୋଇଥିବା ୫ମ ଶ୍ରେଣୀର ମେଧାବୃତ୍ତି ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକରେ ଦ୍ବିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ରାହାସ ଙ୍କ ଏହି ସଫଳତା ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋବ ବୋଲି ସ୍କୁଲର ସମ୍ପାଦିକା କହିଛନ୍ତି। ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଗତିକୃଷ୍ଣ ମହାନ୍ତ ଓ ଶ୍ରୀକାନ୍ତ ମହାନ୍ତ ଙ୍କ ତତ୍ୱାବଧାନ ରେ ଶିକ୍ଷା ଗ୍ରହଣ କରି କୃତକାର୍ଯ୍ୟ ହୋଇଛି, ଉକ୍ତ ଶିଶୁର ଉଜ୍ବଳ ଭବିଷ୍ୟତ ନିମନ୍ତେସଦା ସର୍ବଦା ବିଦ୍ୟାଳୟ ର କର୍ତ୍ତୃପକ୍ଷ ଦାୟିତ୍ୱବାନ ରହିବେ ଓ ତାର ଭବିଷ୍ୟତ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାଇବେ ବୋଲି ବିଦ୍ୟାଳୟ ସମ୍ପାଦିକା ଶ୍ରୀମତୀ ଶକୁନ୍ତଳା ମହାନ୍ତ କହିଛନ୍ତି।