ଆଜି ଅଁଳା ନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ

ସାକ୍ଷୀଗୋପାଳ: ଆଜି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ। କୋଭିଡ୍‌ କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ କେବଳ ରାଧାପାଦ ଦର୍ଶନ କରିବାକୁ ଅନୁମତି ଦେଇଛି ପୁରୀ ଜିଲା ପ୍ରଶାସନ। ମାତ୍ର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦଳାଚକଟା ଭୟରେ ରାଧାରାଣୀଙ୍କ ପାଦ ସ୍ପର୍ଶ କରିବାକୁ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇନାହିଁ । ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।