୫ ୱିକେଟରେ ଟିମ୍ ଇଣ୍ଡିଆ ବିଜୟୀ

ଭାରତ-ୱେଷ୍ଟିଇଣ୍ଡିଜ ପ୍ରଥମ ଦିନିକିଆରେ ଭାରତୀୟ ସ୍ପିନରଙ୍କ କମାଲ୍। ୫ ୱିକେଟରେ ୱେଷ୍ଟିଇଣ୍ଡିଜକୁ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ ଘରୋଇ ମାଟିରେ ୱେଷ୍ଟ ଇଣ୍ଡିଜକୁ ଧରାଶାୟୀ କରି ଦେଇଛି।

କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ୫୦ ଓଭର ବିଶିଷ୍ଟ ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୪ ରନ୍ ସଂଗ୍ରହ କରିଥିଲା ଇଣ୍ଡିଜ୍ ଟିମ୍। ଏହାର ଜବାବରେ ୫ ୱିକେଟ ହରାଇ ୧୧୮ ରନ୍ ସଂଗ୍ରହ କରି ପ୍ରଥମ ଦିନିକିଆ ଜିତି ନେଇଛି ଭାରତ।