ଦର୍ଶକ ପାଇବେ ଓଲି ଲ୍ୟାଣ୍ଡର ଭରପୂର ମଜା

ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ ….

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ । ବିଶ୍ୱର ବଛା ବଛା ୧୬ ଟିମ୍ ମଧ୍ୟରେ ହେବ ଟକ୍କର। ଏହାକୁ ନେଇ ରାଜ୍ୟରେ ଏବେ ହକି ଫିଭର ।  ଆଜି ଉଦ୍‌ଘାଟନୀ ଦିବସରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଓ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ ୪ଟି ମ୍ୟାଚ୍  ।

ହକି ବିଶ୍ୱକପ୍ ସମୟରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ । ଦର୍ଶକମାନେ ମ୍ୟାଚ୍ ଦିନ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲିଛନ୍ତି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ।  ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍‌ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।