କମ୍ପୁଛି କଳିଙ୍ଗ ଷ୍ଟାଡିୟମ: ଆରମ୍ଭ ହେଲା ହକି ମହାକୁମ୍ଭ

ଆରମ୍ଭ ହେଲା ହକି ବିଶ୍ୱକପ୍‌ ଲଢ଼େଇ…

ଭୁବନେଶ୍ୱର: ଆରମ୍ଭ ହେଲା ହକି ବିଶ୍ୱକପ୍‌ ଲଢ଼େଇ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା-ସାଉଥ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି । ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରଥମ ମ୍ୟାଚ୍‌ ଦିନ ଗୋଟାଏରେ ଆର୍ଜେଣ୍ଟିନା-ସାଉଥ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଆଜି ୪ଟି ଲିଗ୍‌ ମ୍ୟାଚ ଖେଳାଯିବ । ପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍‌ସ ମଧ୍ୟରେ ଖେଳାଯିବ ।

ସେହିପରି ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସ ମ୍ୟାଚ୍‌ ହେବ । ପରେ ରାତି ୭ଟାରେ ଘରୋଇ ଭାରତ-ସ୍ପେନକୁ ଭେଟିବ । ଆୟୋଜକ ଭାରତ ପ୍ରଥମ ମ୍ୟାଚ ସ୍ପେନ ବିପକ୍ଷରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଖେଳି ଅଭିଯାନ ଆରମ୍ଭ କରିବ । ଗ୍ରାହାମ ରିଡ୍‌ଙ୍କ ପ୍ରଶିକ୍ଷଣ ଓ ହରମାନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ବିଶ୍ବକପ ଜିତିବାର ୪୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ।