ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଟୋକିଓରେ ଓଡ଼ିଶାର ପାରା ଶଟଲର୍ ପ୍ରମୋଦ ଭଗତ ଐତିହାସିକ ସ୍ୱର୍ଣ୍ଣପଦକ ଜିତିବା ପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରମୋଦ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିବା ସହ ରାଜ୍ୟକୁ ଅନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ପ୍ରସିଦ୍ଧ କରାଇଛନ୍ତି । ଆଗାମୀ ଦିନରେ ପ୍ରମୋଦ ଆହୁରି ସଫଳତା ଆଣନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଦେଇଛନ୍ତି ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ପୁରୁଷ ସୁଟିଂରେ ସ୍ୱର୍ଣ୍ଣପଦକ ଜିତିଥିବା ମନୀଷ ନରୱାଲ୍‌, ରୌପ୍ୟ ପଦକ ଜିତିଥିବା ଶିଙ୍ଗରାଜ ଅଦାନା ଏବଂ ବ୍ରୋଞ୍ଜ୍ ପଦକ ଜିତିଥିବା ଶଟଲର୍ ମନୋଜ ସରକାରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଧେଇ ଜଣାଇଛନ୍ତି।