କଟକ ବାରବାଟୀରେ ପହଞ୍ଚିଲା ସୁପର ସପ୍ପର

The superSupper arrived in Cuttack Barabati

କଟକ : କଟକ ବାରବାଟୀରେ ପହଞ୍ଚିଲା ସୁପର ସପ୍ପର । ଅଷ୍ଟ୍ରେଲିଆରୁ ଏହି ସୁପର ସପ୍ପରକୁ ବାରବାଟୀକୁ ଅଣାଯାଇଛି । ବର୍ଷା ଯୋଗୁଁ ପଡିଆରେ ପାଣି ଜମି ରହିବା ସ୍ଥିତି ସୃଷ୍ଟି ହେଲେ ଅତ୍ୟାଧୁନିକ ସୁପର ସପ୍ପର ଅତି କମ ସମୟରେ ଜଳ ନିଷ୍କାସନ କରିପାରିବ । ଫଳରେ ବର୍ଷା ଯୋଗୁଁ ବାରବାଟୀ ଟି-୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ଆଶଙ୍କା ଯଥେଷ୍ଟ କମ୍‌ ।

ଓସିଏ କର୍ତ୍ତୃପକ୍ଷ ୪୬ଲକ୍ଷ ଟଙ୍କା ଦେଇ ଏହି ସୁପର ସପ୍ପରକୁ ଆଣିଛନ୍ତି । ଏହି ସୁପର ସପ୍ପରର କ୍ଷମତା ୩ ଶହ ଲିଟର । ଏହି ୩ଶହ ଲିଟର ନିଷ୍କାସନ ପାଇଁ ସୁପର ସପ୍ପର ମାତ୍ର ୨୭ ସେକେଣ୍ଡ ସମୟ ନିଏ । ଶୁକ୍ରବାର ବାରବାଟୀରେ ଏହି ସୁପର ସପ୍ପରର ଟ୍ରାଏଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବାରବାଟୀରେ ଗୋଟିଏ ସୁପର ସପ୍ପର ଥିଲା । ଏବେ ଆଉ ଗୋଟିଏ ସୁପର ସପ୍ପର ଆସିବା ଫଳରେ ପଡିଆରୁ ଜଳ ନିଷ୍କାସନ ତ୍ୱରିତ ଗତିରେ ହୋଇପାରିବ ।