ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

୮୦,୦୦୦ କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ଯୋଗ ଦେଇଛନ୍ତି । ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀ ୮୦,୦୦୦ କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମାରୋହରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । କେବଳ ଆମର ଗଣତାନ୍ତ୍ରିକ ଭାରତ ବିଶ୍ୱସ୍ତ ସହଯୋଗୀ ହେବା ପାଇଁ ଯେଉଁସବୁ ମାନଦଣ୍ଡ ପୂରଣ କରିବାର ଆବଶ୍ୟକ ସେ ଶକ୍ତି ରଖିଛି, ଯାହା ଆଜି ବିଶ୍ୱ ଖୋଜୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ହେଉଛି ଜି-୨୦ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ଗ୍ଲୋବାଲ ରିଟେଲ ଇଣ୍ଡେକ୍ସରେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ବ୍ୟବହାରକାରୀ ଦେଶ । ସେ କହିଛନ୍ତି ଯେ ଭାରତ ୪୧୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବାଣିଜ୍ୟ ସାମଗ୍ରୀ ରପ୍ତାନି କରି ଭାରତ ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।

ସମଗ୍ର ଦେଶକୁ ଏକ ରାଷ୍ଟ୍ର ଭାବରେ ଏକତ୍ର କରୁଥିବା ସଂସ୍କାର ବିଷୟରେ ଆଲୋଚନା କରି କହିଛନ୍ତି ଯେ ଆମେ ଆମର ସଂସ୍କାର ସହିତ ଭାରତକୁ ଏକ ରାଷ୍ଟ୍ର ଭାବରେ ମଜବୁତ କରିବା ପାଇଁ କାର୍ଯ୍ୟ କରିଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦ୍ରୁତ ଅଭିବୃଦ୍ଧି ପାଇଁ ଭିତ୍ତିଭୂମି, ପୁଞ୍ଜି ବିନିଯୋଗ ଏବଂ ଉତ୍ପାଦନ ଉପରେ ଆମର ଡବଲ ଇଞ୍ଜିନ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।