ଆଜିର ମ୍ୟାଚ୍ ରାହୁଲ Vs ରୋହିତ

ଆବୁଧାବି: ଆଜି ଶେଖ ଜଏଦ ଷ୍ଟାଡିୟମ, ଆବୁଧାବିରେ ଖେଳାଯିବ ଚଳିତ ଆଇପିଏଲର ୧୩ ତମ ମ୍ୟାଚ୍। ଏଥିରେ ପରସ୍ପର ବିପକ୍ଷରେ ମୈଦାନକୁ ଓହ୍ଲାଇବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ମୁମ୍ବାଇ ଇଣ୍ଡିଆନ୍ସ।

ବର୍ତ୍ତମାନ ପଏଣ୍ଟ ଟେବୁଲର ୫ ଓ ୬ ନଂ ସ୍ଥାନରେ ଯଥାକ୍ରମେ ପଞ୍ଜାବ ଏବଂ ମୁମ୍ବାଇ ରହିଛନ୍ତି। ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ଲେଖାଁଏ ଜିତିଛନ୍ତି। ରୋଚକ କଥା ହେଉଛି ଦୁଇ ଦଳ ଚଳିତ ଆଇପିଏଲରେ ସୁପର ଓଭରର ସମ୍ମୁଖୀନ ହୋଇ ସାରିଛନ୍ତି। ଏବଂ ଉଭୟ ସୁପର ଓଭର ଖେଳରେ ବିପକ୍ଷ ଟିମଠାରୁ ହାରିଛନ୍ତି। ଦୁଇ ଦଳର ବ୍ୟାଟିଂ ବେଶ୍ ମଜବୁତ ଥିବାବେଳେ ଆଜିର ମ୍ୟାଚ୍ ମଧ୍ୟ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି।

ପଞ୍ଜାବର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଏବଂ ଅଧିନାୟକ କେଏଲ ରାହୁଲ ବର୍ତ୍ତମାନ ଜବରଦସ୍ତ ଫର୍ମରେ ରହିଛନ୍ତି। ରାହୁଲଙ୍କ ନିକଟରେ ବର୍ତ୍ତମାନ ଅରେଞ୍ଜ କ୍ୟାପ୍ ରହିଛି। ତାଙ୍କ ଠାରୁ ମାତ୍ର ଗୋଟିଏ ରନ ପଛରେ ଅଛନ୍ତି ଅଗ୍ରୱାଲ। ସେହିଭଳି ମୁମ୍ବାଇ ଟିମରେ ଇଶାନ କିଶନ ଏବଂ ପୋଲାର୍ଡ଼ଙ୍କ ଉପରେ ମଧ୍ୟ ଆଜି ନଜର ରହିବ। ଗତ ମ୍ୟାଚରେ ଇଶାନ ୯୯ ରନର ପାଳି ଖେଳିଥିବା ବେଳ ପୋଲାର୍ଡ଼ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ମ୍ୟାଚକୁ ସୁପର ଓଭରରେ ପହଞ୍ଚାଇଥିଲେ।