ବିଶ୍ୱକପ: ଶ୍ରେୟସଙ୍କ ବ୍ୟାଟ୍‌ରୁ ୬୦୦ତମ ଛକା

ସର୍ବାଧିକ ଛକା ହାସଲକାରୀ ରୋହିତ ଶର୍ମା

ବିଶ୍ୱକପ୍‌ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଅୟର ରଚିନ୍‌ ରବିନ୍ଦ୍ରଙ୍କ ବଲରୁ ୬୦୦ତମ ଛକା ମାରିଛନ୍ତି । ବିଶ୍ୱକପ୍‌ ଗୋଟିଏ ସିଜିନରେ ୬୦୦ରୁ ଅଧିକ ରନ୍‌ ହାସଲ କରିଥିବା ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍‌ । ବିରାଟଙ୍କ ପୂର୍ବରୁ ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକର ଓ ୨୦୧୯ ବିଶ୍ୱକପରେ ରୋହିତ ଶର୍ମା ୬୦୦ରୁ ଅଧିକ ରନ୍‌ ହାସଲ କରିଥିଲେ ।

ରୋହିତ ଶର୍ମା ବିଶ୍ୱକପର ଗୋଟିଏ ସିଜିନରେ ସର୍ବାଧିକ ଛକା ହାସଲ କରିଥିବା ବ୍ୟାଟ୍ସମ୍ୟାନ୍‌ । ଚଳିତ ସିଜିନରେ ରୋହିତ ଶର୍ମା ୨୮ଟି ଛକା ମାରିଛନ୍ତି । ଏହି କ୍ଷେତ୍ରରେ ରୋହିତ କ୍ରିସ୍‌ ଗେଲଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।

୨୦୧୫ ବିଶ୍ୱକପରେ ଗେଲ ୨୬ଟି ଛକା ମାରିଥିଲେ । ରୋହିତ ଶର୍ମା ଚଳିତ ସିଜିନରେ ଚାରିଟି ଛକା ମାରିଛନ୍ତି । ରୋହିତଙ୍କ ନାମରେ ଏବେ ୫୧ଟି ଛକା ରେକର୍ଡ ଅଛି ।