ସର୍ବାଧିକ ଅର୍ଦ୍ଧଶତକ ତାଲିକାରେ ବିରାଟ: ସାଙ୍ଗାକାରାଙ୍କୁ ଟପି ରିକି ପଂଟିଙ୍ଗଙ୍କ ସମକକ୍ଷ

ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ଭାବେ ବିରାଟ କୋହଲି ତାଲିକାଭୁକ୍ତ ହୋଇଛନ୍ତି । ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରା ୨୧୬ ଥର ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ବିରାଟ ଆଜି ଉକ୍ତ ରେକର୍ଡ ଅତିକ୍ରମ କରି ୨୧୭ଟି ଅର୍ଦ୍ଧଶତକ ଅଧିକାରୀ ହୋଇଛନ୍ତି ।

ସେ ଏବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ରିକି ପଂଟିଙ୍ଗଙ୍କ ସମକକ୍ଷ ହୋଇଛନ୍ତି । ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ସଚିନ୍‌ ତେନ୍ଦୁଲକରଙ୍କର ସର୍ବାଧିକ ୨୬୪ଟି ଅର୍ଦ୍ଧଶତକ ଏବେ ବି ବଜାୟ ରହିଛି ।

ତେବେ ବିଶ୍ୱକପ୍‌ ସଂସ୍କରଣରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ ମାମଲାରେ ବିରାଟ ସଚିନଙ୍କୁ ପଛରେ ପକାଇଛନ୍ତି । ବିରାଟ ଚଳିତ ବିଶ୍ୱକପରେ ସର୍ବାଧିକ ୮ ଥର ୫୦ରୁ ଅଧିକ ରନ୍‌ କରିଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ସର୍ବାଧିକ ୭ ଥର ଓ ୨୦୧୯ ବିଶ୍ୱକପରେ ଶାକିବ ଅଲ ହସନ୍‌ ୭ ଥର ୫୦ରୁ ଅଧିକ ରନ୍‌ କରିଥିଲେ ।